ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ପୋଲସରା,୨୦/୦୧(ପିପିଟି): ଆଜି ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମହିଳା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିରର ଉଦଯାପିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସମ୍ମାନୀୟ ଅଶୋକ ବିଷୋୟୀ ମହୋଦୟ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବାଳିକାମାନଙ୍କୁ କୃତି ପତ୍ର ପ୍ରଦାନ କରିବା ସହିତ ଆତ୍ମରକ୍ଷା ପାଇଁ ପ୍ରେରଣା ଦେଇଥିଲେ ଏବଂ ସଚେତନତ ହୋଇ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ ଏବଂ ଝିଅମାନଙ୍କ ଏହି ୭ ଦିବସୀୟ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ସଫଳତାର ସହିତ ତାଲିମ ନେଇଥିବା ହେତୁ ଖୁସି ବ୍ୟକ୍ତ କରିଥିଲେ । ଆତ୍ମରକ୍ଷା ତାଲିମ ସଂଯୋଜୀକା ଅଧ୍ୟାପିକା ରଶ୍ମିତା କୁମାରୀ ପାଣିଗ୍ରାହୀ ତାଲିମ ଶିବିରର ଗୁରୁତ୍ୱପୂର୍ଣ୍ଣ ଦିଗକୁ କହିବା ସହିତ ଦୁଇ ମାଷ୍ଟର ଟ୍ରେନର ସୁଚିତ୍ରା ଓ ସୁଜ୍ଞାନୀଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ୫୯ ଜଣ ଛାତ୍ରୀ ଭାଗ ନେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

 

Comments (0)
Add Comment