ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ହୃଦଘାତରେ ପରଲୋକ।

ବ୍ରହ୍ମପୁର,୨୯/୦୬(ପିପିଟି): ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର (ଜିତୁ)ଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି। ଏମ କେସିଜିରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ କନ୍ୟା ଉପସ୍ଥିତ ଥିଲେ। ସେ ଦୈନିକ ‘ସକାଳ’ର ବ୍ରହ୍ମପୁର ସଂସ୍କରଣରେ ଶେଷ ସମୟରେ କାର୍ଯ୍ୟ କରୁଥିଲେ। ସମ୍ବାଦ ଓ ନିତିଦିନ ଖବରକାଗଜରେ ପୂର୍ବରୁ କାର୍ଯ୍ଯରତ ଥିଲେ। ତାଙ୍କର ମୃତ୍ୟୁର ଖବର ପାଇ ବ୍ରହ୍ମପୁର ସାମ୍ବାଦିକ ବନ୍ଧୁ, ବିଭିନ୍ନ ସାମାଜିକ କର୍ମୀ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ରାଜନୈତିକ ନେତୃବୃନ୍ଦ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

Comments (0)
Add Comment