ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କ ମାତୃ ବିୟୋଗ ।

ମାଲକାନଗିରି,୧୦/୦୫(ପିପିଟି): ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ,ସମାଜସେବୀ କବି କେଶବ ଚନ୍ଦ୍ର ନାୟକଙ୍କ ମାଆ ଜମ୍ବୁବତୀଙ୍କର ବିୟୋଗ ଘଟିଛି । ଗତ ୯ ତାରିଖ ସକାଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ଆମ୍ବୁଲେନସ୍ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଚାନକ ରକ୍ତରେ ସର୍କରା ମାତ୍ରା ବଢିଯିବା ଫଳରେ ମସ୍ତିିଷ୍କ ଘାତ ହେବା ଫଳରେ ସେ କୋମାକୁ ଚାଲି ଯାଇଥିଲେ । ସେହି ଦିନ ସନ୍ଧ୍ଯା ୬ଟା ୨୫ ମିନଟରେ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ବେଳକୁ ପ୍ରାୟ ୮୨ ବର୍ଷ ହୋଇଥିଲା । ସେ ଜଣେ ଧର୍ମପରାୟଣ ପରୋପକାରୀ ମହିଳାଥିଲେ । ତାଙ୍କ ଜ୍ଯେଷ୍ଠ ପୁତ୍ର କେଶବ ଚନ୍ଦ୍ର ନାୟକ, ମଧ୍ଯମ ପୁତ୍ର ଜଟେଶ୍ବର ନାୟକ, କନିଷ୍ଠ ପୁତ୍ର ଅଜିତ କୁମାର ନାୟକ, ବଡ ବୋହୂ ସାବିତ୍ରୀ ନାୟକ,ମଝୁଆ ବୋହୂ ରୀତା ନାୟକ,ନାତୁଣୀ ବିଚିତ୍ରମୟୀ ନାୟକ,ନାତି ବିବେକାନନ୍ଦ ନାୟକ, ବିଶ୍ବଜିତ ନାୟକ,ବିକାଶ କୁମାର ନାୟକ,ଶୁଭ୍ରଜିତ ନାୟକ, ସୌମ୍ଯ ରଞ୍ଜନ ନାୟକ ଗଭୀର ଶୋକ ବ୍ଯକ୍ତ କରିଛନ୍ତି । ଆଜି ସକାଳେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରୀୟା ସମାପନ ହୋଇଥିଲା ବେଳେ ତାଙ୍କର ଜ୍ଯେଷ୍ଠ ପୁତ୍ର କେଶବ ଚନ୍ଦ୍ର ନାୟକ ମୁଖାଗ୍ନି ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment