ବରିଷ୍ଠ ବିଜେଡି ନେତା ଉଦୟ ନାଥ ସାହୁଙ୍କ ବିୟୋଗ ।

କୋଦଳା,୦୬/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ୪୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁଙ୍କ ଶଶୁର ତଥା ସମାଜସେବୀ ଗୋପବନ୍ଧୁ ସାହୁଙ୍କ ପିତା ଉଦୟ ନାଥ ସାହୁଙ୍କ ୮୩ ବର୍ଷ ବୟସରେ ବିୟୋଗ ଘଟିଛି । ସୋମବାର ସକାଳ ପ୍ରାୟ ୧୦ ଘଣ୍ଟ ସମୟରେ ନିଜ ବାସଭବନରେ ବିୟୋଗ ଘଟିଛି । ତାଙ୍କର କିଛି ଦିନ ହେଲା ଦେହ ଅସୁସ୍ଥ ଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ,ନାତି,ନାତୁଣୀ,ଝିଆରୀ, ପୁତୁରା ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ସେ ଜଣେ ମେଳାପୀ ସ୍ପଷ୍ଟବାଦୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment