ବରିଷ୍ଠ ନାଗରିକ ସପ୍ତାହ ଅବସରରେ ସ୍ବାସ୍ଥ୍ୟ ଶିବିର ।

ଭଞ୍ଜନଗର, ୧୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ବରିଷ୍ଠ ନାଗରୀକ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ଆଜି ସକାଳ ୮ରୁ ବରିଷ୍ଠ ନାଗରୀକ ଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଶିବିରର ଲକ୍ଷ୍ୟ ସମ୍ପର୍କରେ ଅବଗତ କାରିଥିଲେ । ମେଡିକାଲ ଅଧିକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥି, ଡ. ପ୍ରଣବାନନ୍ଦ ପାତ୍ର, ଡ. ଦିଲ୍ଲୀପ କୁମାର ସାହୁ, ଡ. ଅନିଲ କୁମାର ଚୌଧୁରୀଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ମାନେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଭଞ୍ଜନଗର ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ଶିବିରରେ ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି। ଏହି ଶିବିରରେ ସମସ୍ତ ପ୍ରକାରର ଜରୁରୀ ସ୍ୱାସ୍ଥ୍ୟ ଗତ ପରୀକ୍ଷା କରାଯାଇଥିଲା। ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment