ବରିଷ୍ଠ ନାଗରିକ ସଂଗଠନ ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ଅଧିକ୍ଷକଙ୍କୁ ଦାବିପତ୍ର ।

ସୁବର୍ଣ୍ଣପୁର ,୦୫/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଙ୍କୁ ଶୁକ୍ରବାର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।ଏହି ଦାବିପତ୍ରରେ ଚକ୍ଷୁ ସଂପର୍କୀତ ଔଷଧ ଓ ଚଷମା ଉପରେ ୨୦% ରିହାତି ପ୍ରଦାନ, ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ତଥା ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ,ପରିମଳ ଓ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା, ଚିକିତ୍ସାଳୟର ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଦି ବିଷୟ ଉଲ୍ଲେଖ ରହିଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ଅନୁଷ୍ଠାନ ର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ପୂର୍ବତନ ସଭାପତି ଭଗବାନ ମିଶ୍ର ଓ କୃଷ୍ଣଚନ୍ଦ୍ର ପାଢ଼ୀ, ସଦସ୍ୟ ଧନୁ ପଧାନ, ଭୂଷଣ କୁମାର ପାତ୍ର,ଦ୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡା, ଗୋପୀନାଥ ମହାକୁର, ଅକ୍ଷୟ ମିଶ୍ର, ବଳରାମ କାଣ୍ଡ, ଜ୍ଞାନେନ୍ଦ୍ର ତ୍ରିପାଠୀ, ତ୍ରିନାଥ ମିଶ୍ର,ଅକ୍ରୂର ଦନ୍ତା,ଚମରା ମହାକୁର, ଜୀତେନ୍ଦ୍ର ପଧାନ,ସତ୍ୟ ନାରାୟଣ ନାୟକ, ଜମ୍ବେଶ୍ଵର ପଧାନ , ପ୍ରମୁଖ ସାମିଲ୍ ହୋଇଥିଲେ ।ଏଇ ଉପଲକ୍ଷେ ଆୟୋଜିତ ସଭାରେ ଅଧିକ୍ଷକ ଦେବେନ୍ଦ୍ର କୁମାର ସାହୁ ଦାବିପତ୍ରକୁ ସମ୍ମାନ ଜଣାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ନେତ୍ର ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ବିଭୁ ପ୍ରସାଦ ବଳିଆର ସିଂହ,କ୍ଲିନିକାଲ୍ ଷ୍ଟାଫ୍ ପ୍ରତ୍ୟୁଷ ରଞ୍ଜନ ଦାଶ,ଅମରେଶ ଦଣ୍ଡସେନା,ମନୋରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment