ସୁବର୍ଣ୍ଣପୁର ,୦୭/୦୪(ପିପିଟି ):ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ଓ ଖଣ୍ଡହତାର ମିଳିତ ଆନୁକୂଲ୍ୟରେ ସଦର କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ଅନୁଷ୍ଠାର ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ପ୍ରତାପ ଶଙ୍କର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଦିଲ୍ଲିପ ତ୍ରିପାଠୀ, ଘାସିରାମ ମଲ୍ଲିକ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ହିଁ ପରମ ସମ୍ପଦ ଏବଂ ଏହି ସମ୍ପଦର ସୁରକ୍ଷା ହିଁ ଏକ ପ୍ରଗତିଶୀଳ ସଭ୍ୟତାର ମୂଳଦୁଆ ଅଟେ ।ପରିଣତ ବୟସରେ ସମସ୍ତ ବରିଷ୍ଠ ନାଗରିକ ନିଜ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଶ୍ୟାମସୁନ୍ଦର ସେଠୀ ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ରଖିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ। ଖଣ୍ଡହତା ସଂଗଠନର ସଦସ୍ୟ ଗଦାଧର ବାରିକ, ହୃଷିକେଶ ନାଏକ,ଟିକାଇ କର୍ମୀ, ପ୍ରହଲ୍ଲାଦ ପ୍ରଧାନ, ପ୍ରହଲ୍ଲାଦ ନାଏକ ପ୍ରମୁଖ ଯୋଗଦାନ କରିଥିବାବେଳେ ବୀରମହାରାଜପୁର ସଂଗଠନର ସୁରୁ ସାହୁ, ନାରାୟଣ ନାୟକ, ରବି ନାରାୟଣ ବେହେରା, ନାରାୟଣ ପ୍ରସାଦ ନାୟକ, ଧର୍ମ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ