ବରିଷ୍ଠ ନାଗରିକ ମଞ୍ଚ ପାଳନ କଲେ ସ୍ୱାୟତ୍ତ ଶାସନ ଦିବସ ।

କୋଦଳା,୦୧/୦୯(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ବାବା ଶ୍ରୀ ଦଣ୍ଡେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ କୋଦଳା ବରିଷ୍ଠ ନାଗରିକ ମଞ୍ଚ ତତ୍ୱାବଧାନ ରେ ସ୍ୱାୟତ୍ତ ସାଶନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମଞ୍ଚ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରାଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ମେଡିକାଲ ଅଫିସର ଆଦିତ୍ୟ କୁମାର ସାହୁ ଓ କୋଦଳା ଥାନା ସବ ଇନିସ୍ପେକ୍ଟର ଆରତୀ ପରିଡା ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମଞ୍ଚ ସଭାପତି ସୂର୍ଯ୍ୟ ନାରାୟଣ ଦୋରା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ସ୍ୱାୟତ୍ତ ସାଶନ ଦିବସ ଉପରେ ନିଜର ଅଭିଭାଷଣ ରଖିଥିଲେ ଏବଂ କୋଦଳା ଏନ୍ଏସି ରେ କାଉନସିଲ ବଡ଼ି ନଥିବା ସତ୍ୱେ ୨୦୨୦/୨୧ ଏନଏସି ବିକାଶ କୁ ଆଗକୁ ନେଇ ବହୁ ଜନହିତକର ଉନ୍ନୟନ କାର୍ଯ୍ୟ କରିପାରିଥିବାରୁ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଧାୟିକା ନିଜ ଅଭିଭାଷଣରେ ସ୍ୱାୟତ୍ତ ସାଶନ ଦିବସକୁ ନେଇ କୋଦଳା ଜନସାଧାଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଥମଥର ପାଇଁ ବରିଷ୍ଠ ନାଗରିକ ମଞ୍ଚ ଏତେବଡ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ୨୦୨୦/୨୧ ରେ କରୋନାର କରାଳ ଚିତ୍ର ଓ ବହୁ ବାଧାବିଘ୍ନ ସତ୍ୱେ ରାଜ୍ୟ ସରକାର ଙ୍କ ସହାୟତା ରେ କୋଦଳା ଅଞ୍ଚଳ ର ସମସ୍ତ ୱାର୍ଡ ରେ କିଛି ନା କିଛି ଉନ୍ନୟନ କାର୍ଯ୍ୟ ହୋଇଥିବା ସୂଚନା ଦେଇଥିଲେ । ପରେ ପରେ ସ୍ୱାୟତ୍ତ ସାଶନ ଦିବସ ପାଇଁ କୋଦଳା ଅଞ୍ଚଳର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଜେତା ମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ତତ ସହିତ ମଞ୍ଚ ଉପରେ ଅଂଶ ଗ୍ରହଣ କରିଥିବା ପ୍ରଈମା ବିଦ୍ୟାଳୟ ର ଦ୍ଵିତୀୟ ଶ୍ରେଣୀ ଛାତ୍ର ଦୀଵାନ ସାହୁଙ୍କ ଇଂଲିଶ ବକ୍ତୃତା ଓ ଓଡ଼ିଶାରେ ନାଁ କରିଥିବା ଓଡିଶୀ ନୃତ୍ୟ ଶିଳ୍ପୀ ପ୍ରତ୍ୟୁଷା ପୋଲେଇ ସମସ୍ତ ପ୍ରତିଯୋଗିତା ରେ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିବା କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯିବା ସହିତ ଏନ୍ଏସି ର ବର୍ଯ୍ୟବସ୍ତୁ ତଥା ରାସ୍ତାଘାଟ ସଫା ରଖିବା ପାଇଁ ଅହରହ ଚେଷ୍ଟା କରି କାର୍ଯ୍ୟକରୁଥିବା ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି, ସୁପରଭାଇଜର,ସ୍ୱଚ୍ଛକର୍ମୀଙ୍କୁ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ବିଧାୟିକା । ବୈଠକ ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୋଦଳା ଏନ୍ଏସି କାଉନସିଲର ଭଗବାନ ପାଢ଼ୀ, ଜିତେନ୍ଦ୍ର ପ୍ରଧାନ, ମନୋରଞ୍ଜନ ଡାକୁଆ, ସିମାଞ୍ଚଳ ଖଟେଇ, ସୁନିତା କାର୍ଜି,ଯୁବ ବିଜେଡି ସଭାପତି ସୁଦାମ ମହାନ୍ତି ବିଜେଡି ମହିଳା ସଭାପତି ସୁଜାତା ପ୍ରଧାନ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ମଞ୍ଚ ସଂଯୋଜନା କରିଥିଲେ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment