ବରିଷ୍ଠ ନାଗରିକ ନେଲେ କରୋନା ଟୀକା ।

ଭଞ୍ଜନଗର,୦୧/୦୩(ପିପିଟି);ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ସୋମବାର ବରିଷ୍ଠ ନାଗରିକ ମାନଙ୍କୁ ପ୍ରଥମ ପର୍ଯ୍ୟାୟ କରୋନା ଟୀକା ପ୍ରଦାନ କରାଯାଇଛି।ପ୍ରଥମ ଦିବସ ଯୋଗୁଁ ଟିକିଏ ବିଳମ୍ବରେ ଟୀକାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା।ଆଜିର ପ୍ରଥମ ଟୀକା ଭଞ୍ଜନଗର ମାଲ ସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁଙ୍କୁ ଦିଆଯାଇଛି। ଆଜି ଦିନରେ ମୋଟ ୫୫ଜଣ ବରିଷ୍ଠ ନାଗରିକଙ୍କୁ ଏହି ଟୀକା ଦିଆଯାଇଛି।ଟୀକା ନେବା ପାଇଁ ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ମେଡିକାଲର ବହୁ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକରଣ ଠାରୁ ଟୀକାଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରେ ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment