ବରିଷ୍ଠ କଳାକାର ସଂଘର ଆଖଡ଼ା ଆରମ୍ଭ ।

ବ୍ରହ୍ମପୁର,୩୦/୦୯(ପିପିଟି) :ସ୍ଥାନୀୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ନାଟ ଆଖଡ଼ା ଆରମ୍ଭ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ଆଖଡ଼ା ଆରମ୍ଭ କାର୍ଯ୍ୟକ୍ରମରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମଞ୍ଚ ବଞ୍ଚାଅ ଅଭିଯାନ କ୍ରମରେ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସବିସ୍ତୃତ ସୂଚନା ଦେଇଥିଲେ । ଭଗବତୀ ଚରଣଙ୍କ କାହାଣୀ ତଥା ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରାଙ୍କ ନାଟ୍ୟ ରୂପ ‘ଶିକାର’ ପାଣ୍ଡୁଲିପି ବିଧିବତ୍ ପୂଜା ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ଦ୍ଵାରା ସମାହୀତ ହୋଇଯାଇଛି । ନାଟକଟିର ନିର୍ଦ୍ଦେଶନା ଦାୟିତ୍ଵ ବହନ କରିଛନ୍ତି ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା । ସଂଘର ବହୁ ନାମୀ ଦାମୀ କଳାକାରମାନେ ଏଥିରେ ଅଭିନୟ କରୁଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମରେ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ସହ ଅଂଶ ଗ୍ରହଣକାରୀ କିଛି କଳାକାର ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment