ବରିଷ୍ଠ କଳାକାରଙ୍କ ବିୟୋଗରେ ଶୋକ ।

ଭଞ୍ଜନଗର,୧୯/୦୬(ପିପିଟି): ଭଞ୍ଜନଗର ନିକଟ ଡ଼ିହ ପଢାଳ ଗ୍ରାମର ଜଣା ଶୁଣା ତଥା ବରିଷ୍ଠ କଳାକାର ନିଗମ ସ୍ବାଇଁ ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଭଞ୍ଜନଗର ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୪୪ବର୍ଷ ବୟସ ହୋଇଥିଲା।ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ।ନିଗମ ଦୀର୍ଘ ୨୨ବର୍ଷ ଧରି ଜଣେ ପ୍ରତିଷ୍ଠିତ କଳାକାର ଭାବେ ପଢାଳ ଦଣ୍ଡଯାତ୍ରାରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଘରେ ତାଙ୍କର ପତ୍ନୀ, ପୁଅ ଓ ଝିଅ ରହିଛନ୍ତି।ନିଗମଙ୍କ ଅକାଳ ବିୟୋଗରେ ତାଙ୍କର ବହୁ ପ୍ରଶଂସକ, ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ଶୋକ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment