ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକଙ୍କ ବିୟୋଗ ।

ଭଞ୍ଜନଗର, ୧୫/୦୫(ପିପିଟି ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣାଶୁଣା ଏନଏସି ପୂର୍ବତନ କଂଗ୍ରେସ ସଭାପତି ତଥା ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ମିଡିୟମ ସ୍କୁଲର ଚେୟାରମ୍ୟାନ ସନ୍ତୋଷ କୁମାର ପଟ୍ଟନାୟକଙ୍କର ଶୁକ୍ରବାର ସକାଳେ ପରଲୋକ ଘଟିଛି। ସନ୍ତୋଷଙ୍କ ଆଜି ସକାଳେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ନେଉଥିଲେ। ବାଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ବେଲଗୁଣ୍ଠା ମୁଖ୍ୟ ସଡକସ୍ଥିତ ବାସଭବନରେ ବହୁ ଲୋକଙ୍କ ଭିଡ ଜମିଛି।ସେ ଆରମ୍ଭରୁ କଂଗ୍ରେସ ଦଳ ସହ ସକ୍ରିୟ ରାଜନୀତିରେ ଜଡ଼ିତ ରହି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

 

Comments (0)
Add Comment