ସାନଖେମୁଣ୍ଡି,୧୩/୦୩(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡ଼ା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ବରିଷ୍ଟ ନାଗରିକ ମାନଙ୍କୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋଭିଡ୍ ଟୀକା ଦିଆଯାଉଛି । ସରକାରଙ୍କ ତରଫରୁ ମାଗଣାରେ ଟୀକା ପ୍ରଦାନ କରାଯାଉଛି । ଲୋକ ମାନେ ଉତ୍ସାହର ସହିତ ହସ୍ପିଟାଲକୁ ଆସି ଟୀକା କରଣ କରାଉଛନ୍ତି । ଆଡପଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ା. ବାହାନ ଦାସ , ଡି.ଓ ମନୋଜ ଭୋଳ , ବି.ପି.ଏମ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଉପସ୍ଥିତିରେ ଟୀକା କରଣ କାର୍ଯ୍ୟକ୍ରମ ଚାଲୁରହିଛି ।
(ରିପୋର୍ଟ- ଆରତ କୁମାର ହୋତା। )