ବରାହ ମାଂସ କିଣି ୩ ଗିରଫ ।

ମାଲକାନଗିରି,୨୫/୦୮(ପିପିଟି):ଗତ କାଲି ବାଲିମେଳା ବନାଞ୍ଚଳରେ ୩ ଜଣ ଯୁବକ ଏକ କେଜି ୫୦୦ ଗ୍ରାମ ବରାହ ମାଂସ କ୍ରୟକରି ଗୋଟାଏ ବାଇକରେ ନାକାମାମୁଡି ଘାଟି ନିଲାପାରୀ ଛକରୁ ଏମଭି-୩୭ ଅଭିମୁଖେ ଆସୁଥିବା ବେଳେ ନିର୍ଭର ଯୋଗ୍ଯ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ ୩ ଜଣଙ୍କୁ ବାଲିମେଳା ଛକରେ ଅଟକାଇଥିଲେ । ବନ କର୍ମଚାରୀମାନେ ତଦନ୍ତ କରା ପରେ ସେମାନଙ୍କ ଠାରୁ ବରାହ ମାଂସ ମିଳିଥିଲା । ବାରାହ ମାଂସକୁ ଜବତ କରାଯାଇ ଆଜି ୩. ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ପ୍ରାପ୍ତ ବିବରଣୀ ଅନୁସାରେ ଗତ ରାତି ୧୧.୩୦ ମିନିଟରେ ଏମଭି-୩୭ ଗ୍ରାମର ରଞ୍ଜିତ ପାଲ (୨୮),ମନରଞ୍ଜନ ରାୟ (୩୪) ଏବଂ ସୁଜିତ ପାଲ (୩୦) ନାକାମୁଡି ଘାଟି ନିଲାପାରୀ ଛକରୁ ଜନୈକ ବ୍ଯକ୍ତିଙ୍କ ଠାରୁ ଏକ କେଜି ୫୦୦ ଗ୍ରାମ ବରାହ ମାଂସ ଚାରୀ ଶହ ଟଙ୍କା ଦେଇ କ୍ରୟ କରି ନିଜ ଗ୍ରାମକୁ ବାଇକରେ ଫେରୁ ଥିବା ବେଳେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ବନ କର୍ମଚାରୀମାନେ ବାଲିମେଳା ଛକରେ ଜଗି ରହି ଉକ୍ତ ବାଇକକୁ ଅଟକାଇଥିଲେ । ସେମାନଙ୍କ ଠାରୁ ଏକ କେଜି ୫୦୦ ଗ୍ରାମ ବରାହ ମାଂସ ଜବତ କରିବା ପରେ ଏସିଏଉxx କନ୍ଦନ ସିଂ ୩ ଜ. ଅଭିଯୁକ୍ତଙ୍କ ନାମରେ ୧୯୭୨ ବନପ୍ରାଣୀ ଆଇନ ଧାରା ୯,୩୯,୪୪,୪୮,୪୯ ଦଣ୍ଡବିଧି ଆଇନ ୫୧ ଅନୁସାରେ ମାମଲା ରୁଜୁ କରାବା ସହ ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି । ଏହି ଧରପଗଡେ ବାଲିମେଳା ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ବନପାଳ ମୋହନ ଗୁଡିଆ,ସଂଗ୍ରାମ ବରାଳ,ପ୍ରଶାନ୍ତ କୁମାର ରାଉତ, ସଞ୍ଜୟ କୁମାର ପରିଡା ବନ କର୍ମଚାରୀମାନେ ଯୋଗ ଦେଇଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment