ବମ୍ ଆକ୍ରମଣ ମାମଲାରେ ୪ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ ।

ଦିଗପହଣ୍ଡି , ୧୧/୧୧ (ପିପିଟି) : ଦିଗପହଣ୍ଡି ପୋଲିସ କୁ ମିଳିଛି ବଡ ସଫଳତା । ଦିଗପହଣ୍ଡି ରେ ବମ୍ ଆକ୍ରମଣ ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦିଗପହଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅଜିତ ସେଠୀ , ପରେଶ୍ ଲେଙ୍କା , ନନ୍ଦନ ବେହେରା , ରାକେଶ ପାଢ଼ୀ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଏହି ଚାରି ଜଣଙ୍କ ନାମରେ ପୂର୍ବରୁ ୨୯ ଅକ୍ଟୋବରରେ ୪୨୨/୨୪ ମାମଲାରେ ଏହି ୪ ଜଣଙ୍କୁ ଗିରଫ କରାଯାଇ ଜେଲ କୁ ପଠା ଯାଇଥିଲା । ପୁର୍ନବାର ଅନୁସନ୍ଧାନ ସମୟରେ ଏହି ଚାରି ଜଣଙ୍କୁ ଗିରଫ କରାଯାଇଛି ଏମାନେ ବମ୍ ପକାଇବାରେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏମାନଙ୍କ ଠାରୁ ପୋଲିସ ଗୋଟିଏ ଜୀବନ୍ତ ବୋମା , ବୋମା ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀ , ଗୋଟିଏ ବୁଲେଟ ବାଇକ୍ ଏବଂ ଗୋଟିଏ ସ୍କୁଟି ବାଇକ୍ ଜବତ କରିଥିବା ସୂଚନା ମିଳିଛି । ତେବେ ଏହି ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଅତି ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ – ଆରତ କୁମାର ହୋତା

Comments (0)
Add Comment