ଯାଜପୁର,୨୩/୧୧(ପିପିଟି): ଥାନାରେ ଅଟକ ଭବ ପ୍ରସାଦ ଦାସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଥାନାରେ ଅଟକ ରଖିଛି କଳିଙ୍ଗ ନଗର ଥାନା ପୋଲିସ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ତାଙ୍କୁ ଅଟକ ରଖାଯାଇଛି । ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ବିରଜା ହାଟରେ ବ୍ୟବସାୟୀଙ୍କ ପରିବା ଫୋପାଡିବା ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।
ସେହିପରି ପୋଲିସର ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି। ବ୍ୟବସାୟୀ ମାନେ ଭବଙ୍କ ନାଁରେ ୩ଟି ମାମଲା ରୁଜୁ କରିଥିବା ବେଳେ ପୋଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଏଥିସହ ଏ ଘଟଣାରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ସୃଷ୍ଟି ହେବା ନେଇ ଯାଜପୁର ଟାଉନରେ ପୋଲିସ ମୁତୟନ କରାଯାଇଛି ।