ବନ ସୁରକ୍ଷା ସମିତି ପକ୍ଷରୁ ୩୦ହଜାର ବୃକ୍ଷରୋପଣ ।

ଯାଜପୁର,୧୮/୦୯(ପିପିଟି); ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବନସୁରକ୍ଷା ସମିତି (ଟମକା ) ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଗଛ ବଂଚିଲେ ଆମେ ବଂଚିବା ସେଥିପାଇଁ ଆମେ ଶପଥ ନେବା ସମସ୍ତେ ଗଛ ଲଗାଇବା ପରିବେଶ ବଞ୍ଚାଇବା ବୋଲି କହିବା ସହିତ ୩୦ ହଜାର ବୃକ୍ଷରୋପଣ କରାଯିବ ବୋଲି ବିଧାୟକ ଶ୍ରୀ ଘଡେଇ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟମକା ଫରଷ୍ଟେର ବଲାଇ ମୁର୍ମୁ, ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି, ସାଂସଦଙ୍କ ପ୍ରତିନିଧି ଲୋକନାଥ ଧୀର ,କିଆଁଝର ପଂଚାୟତ ସରପଞ୍ଚ ଦ୍ଵାରିକା ନାଥ ଦାସ,ଦେଉଳକଣ ପଂଚାୟତର ପୁର୍ବତନ ସରପଞ୍ଚ ନରୋତମ ବେହେରା ,ବରିଷ୍ଠ ବିଜେଡି ନେତା ପବିତ୍ର ମହାପାତ୍ର ,ଯୁବନେତା ସୌମ୍ୟରଂଜନ ମହାପାତ୍ର ଓ ସୁରେଶ ମାହାନ୍ତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

Comments (0)
Add Comment