ବନ ମହୋତ୍ସବ ସପ୍ତାହ ପାଳିତ।

କୋଦଳା,୦୩/୦୭(ପିପିଟି): କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ୩ଦିନ ଧରି ୟୁଥ ରେଡକ୍ରସ୍ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ତତ୍ଵାବଧାନରେ ବନ ମହୋତ୍ସଵ ସପ୍ତାହ ପାଳିତ ହୋଇଛି । ପ୍ରଥମ ଦିବସରେ କଲେଜ ପରିସରକୁ ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ହୋଇଥିବା ବେଳେ ଦ୍ବିତୀୟ ଦିବସରେ କଲେଜ ପରିସରରେ ବିଭିନ୍ନ ପ୍ରକାରର ମୂଲ୍ୟବାନ୍ ବୃକ୍ଷ ରୋପଣ କରାଯାଇଥିଲା । ତୃତୀୟ ଦିଵସରେ ଏଥି ସମ୍ବନ୍ଧୀଯ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡା.ଦତ୍ତରାମ ବିଷୋୟୀ ସଭାପତି ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ମୁଖ୍ୟଅତିଥି ଭାବେ ବନବିଭାଗ ଅଧିକାରୀ ଅଭିରାମ ଖିଲ ଯୋଗ ଦେଇଥିଲେ । ଏଥି ସହ ୟୁଥ ରେଡ କ୍ରସ୍ କାଉନ୍ ସିଲର୍ ସନ୍ଧ୍ୟାରାଣୀ ତରାଇ ଏବଂ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପର୍ଣ୍ଣ ହୋଇପାରିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment