ମାଲକାନଗିରି,ତା:୧୭/୧୦(ପିପିଟି); ଜଙ୍ଗଲ ଦିନକୁ ଦିନ ଅବକ୍ଷୟ ଆଡକୁ ଦ୍ରୁତ ଧାବନ କରୁଥ୍ଯିବା ବେଳେ ରାଜ୍ଯ ସରକାର ପ୍ରତି ବର୍ଷ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ କୋଟି କୋଟି ଟଙ୍କା ପାଣି ସୁଅ ପରି ଖର୍ଚ୍ଚ କରୁଛନ୍ତି । ତେବେ ଖୁଦ୍ ବନ କର୍ମଚାରୀମାନେ ଯଦି ଜଙ୍ଗଲରୁ ମୂଲ୍ଯବାନ ଗଛ କାଟି ଚୋରା ଚାଲାଣ କରନ୍ତି,ତେବେ ଜଙ୍ଗଲକୁ ସୁରକ୍ଷା କରିବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ । କଥାରେ ଅଛି ବାଜ ଯଦି ଫସଲ ଖାଇବ ଫସଲକୁ ସୁରକ୍ଷା ମିଳିବ କିପରି ? ଏମିତି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ଫରେଷ୍ଟ ରେଞ୍ଜରେ ।ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଖଣ୍ଡୀୟ ବନ ବିଭାଗ ଅଧିନସ୍ଥ କାଲିମେଳା ବନାଞ୍ଚଳ ଅନ୍ତର୍ଗତ ପେଦାୱାଡା ବିଟର ଏମଭି-୧୨୬ ଗ୍ରାମ ଶିବ ମନ୍ଦିର ପଛ ପଟେ ଆଜି ୩ ଗୋଟି ଶାଗୁଆନ ଗଛ ଫରେଷ୍ଟ ଗାର୍ଡଙ୍କ ନିର୍ଦ୍ଦେଶ କ୍ରମେ କଟା ଯାଇଥିବା ବେଳେ ସେହି ଗ୍ରାମ କିଛି ଲୋକମାନେ ଗଛ କଟାକୁ ବିରୋଧ କରିଥିଲେ । ତେବେ ଉପରସ୍ଥ ଅଧିକାରୀଙ୍କ ଆଦେଶ କ୍ରମେ କୁଆଡେ କଟାଯାଇଥିବା ଫରେଷ୍ଟ ଗାର୍ଡ କହିଥିଲେ । ମାତ୍ର ଗ୍ରାମବାସୀଙ୍କ ଅଭିଯୋଗକୁ ଫରେଷ୍ଚ ଗାର୍ଡ ଭୃକ୍ଷେପ ନକରି କାଠୁରିଆଙ୍କ ସହାୟତାରେ ତିନୋଟି ମୂଲ୍ଯବାନ ଶାଗୁଆନ ଗଛ କଟାଯାଇଥିବା ବେଳେ ଏ ସଂପର୍କରେ ଗ୍ରାମବାସୀମାନେ କାଲିମେଳା ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଘଟଣା ସ୍ଥଳରେ କାଲିମେଳା ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ମାଡକାମୀ ପହଞ୍ଚି ଶାଗୁଆନ କାଠକୁ ଜବତ କରିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରି କହଛନ୍ତି ଯେ ପୂର୍ବରୁ ଉକ୍ତ ଗ୍ରାମର କିଛି ଲୋକ ଜଙ୍ଗଲରୁ ବଲା ସଂଗ୍ରହ ସମୟରେ ତାଙ୍କ ନାମରେ ଫରେଷ୍ଟ ଗାର୍ଡ ମାମଲା ରୁଜୁ କରିବା ହେତୁ ଆକ୍ରୋଶ ମୂଳକ ଭାବେ ଅଭିଯୋ କରୁଥିବା ସେ ପ୍ରକାଶ କରିଥିଲେ । ସେହି ଗ୍ରାମର ଲୋକମାନେ ନିଜେ ସକାଳେ ଶାଗୁଆନ ଗଛକୁ କାଟି ଫରେଷ୍ଚ ଗାର୍ଡଙ୍କ ଉପରେ ମିଥ୍ଯା ଆରୋପ କରୁଥିବା ପାଲଟା ପ୍ରଶ୍ନ କରିଥିଲେ । ନିଜେ କାଲିମେଳା ବନାଞ୍ଚାଳ ଅଧିକାରୀ ଦୋଶୀ ବିରୁଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଗଣ ମାଧ୍ଯମରେ ପ୍ରକାଶ କରିଥିଲେ । ତେବେ ଏ ସଂପର୍କରେ ମାଲକାନଗିରି ବନ ଖଣ୍ଡ ଅଧିକାରୀ କଣ ପଦକ୍ଷେପ ନେବେ ଆଗାମୀ ଦିନରେ ଜଣା ପଡିବ ।ବର୍ତ୍ତମାନ ଶାଗୁଆନ ଗଛଗୁଡିକ କାଟିଲା କିଏ ରହସ୍ଯାବୃତ୍ତ ମଧ୍ଯରେ ରହିଥିଲା ବେଳେ ବାସ୍ତବରେ ଗ୍ରମବାସୀମାନେ ସତ କହୁଛନ୍ତି ନା କାଲିମେଳା ବନାଞ୍ଚଳ ଅଧିକାରୀ ସତ କହୁଛନ୍ତି ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)