ବନ କର୍ମଚାରୀମାନଙ୍କୁ ଆକ୍ରମଣରେ ୩ ଗିରଫ,୧୩ ଜଣଙ୍କ ନାମରେ ଏତଲା ।

ମାଲକାନଗିରି,ତା:୩୧/୦୧(ପିପିଟି); ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ରଖିଥିବା ସଂପର୍କରେ ଭୁବନେଶ୍ବର ପିସିସିଏଫ କାର୍ଯ୍ଯାଳୟରୁ ସୂଚନା ପାଇ ଗତ ୨୮ ତାରିଖ ରାତି ୧୧ଟା ସମୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗ୍ରାମବାସୀମାନଙ୍କ ଆକ୍ରମଣର ଶିକାର ହୋଇ ବନାଞ୍ଚଳ ଅଧିକାରୀଙ୍କ ସମେତ କିଛି ବନ କର୍ମଚାରୀମାନେ ଆହାତ ହୋଇଥଲେ । ଗତ ୨୯ ତାରିଖ ଦିନ ଗାଣ ଲୋକମାନେ ଏକତ୍ରିତ ହୋଇ ଗଣିଡଗୋଳ ସଂପର୍କରେ ଆଲୋଚନା କରୁଥିବା ବେଳେ ବନ କର୍ମଚାରୀମାନେ ନାମକୋଣ୍ଡାରେ ପହଞ୍ଚି ୩ ଜଣଙ୍କୁ ଉଠାଇ ଆଣିଥିବା ବେଳେ ସୂଚନା ପାଇ ସମସ୍ତେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ବର ପିସିସିଏଫ କାର୍ଯ୍ଯାଳୟରୁ ଗତ ୨୮ ତାକିଖ ସଂଧ୍ଯା ୯ଟା ସମୟରେ ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଏମଭି-୧୭ ଫରେଷ୍ଟ ନିକଟସ୍ଥ ନାମକୋଣ୍ଡା ଗ୍ରାମରେ ଏକ ବଜ୍ରକାପ୍ତାକୁ ଧରି ରଖାଯାଇଛି । ଏଣୁ ତୁରନ୍ତ ଉଦ୍ଧାର କରିବାପାଇଁ ନିର୍ଦ୍ଦେଶ ଆସିବା ପରେ ତତକ୍ଷଣାତ ମାଲକାନଗିରି ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନକର୍ମଚାରୀ ରାତି ୧୧ଘଟିକାରେ ନାମକୋଣ୍ଡା ଗ୍ରାମରେ ପହଞ୍ଚିଥିଲେ । ନାମକୋଣ୍ଡା ଗ୍ରାମ ଠାରୁ କିଛି ଦୂରରେ ଏକ ଧାନ ଖଳା ରହିଥିବା ବେଳେ ସେଠାରେ ଥିବା ଏକ କାଠ ଗଣ୍ଡିର କୋରଡ ମଧ୍ଯରେ ବଜ୍ରକାପ୍ତାକୁ ରଖି ସବୁ ଦିନ ରାତିରେ ପ୍ରାୟ ୧୫/୨୦ ଜଣ ବଜ୍ରକାପ୍ତାକୁ ଜଗିରହିଥାନ୍ତି !ବନକର୍ମଚାରୀମାନେ ଉକ୍ତଧାନ ଖଳାରେ ପହଞ୍ଚ ବଜ୍ରକାପ୍ତାକୁ ଠାବ କରି ଉଦ୍ଧାର କରି କିଛି ଦୂର ରାସ୍ତା ଅତିକ୍ରମ କଲା ପରେ ପାଖରେ ଶୋଇଥିବା ଲୋକମାନେ ଉଠି ବନ କର୍ମଚାରୀମାନଙ୍କୁ ଘେରାଉ କରି ବଜ୍ରକାପ୍ତାକୁ ଛଡାଇ ନେଇବା ସହ ପଥର ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ।ପାଟିତୁଣ୍ଡ ଶୁଣି ଗାଁ ଲୋକମାନେ ଏକତ୍ରିତ ହୋଇ ଆକ୍ରମଣ କରିବା ଫଳରେ ପଥର ମାଡରେ ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ଡ୍ରାଇଭର ସୁରେନ୍ଦ୍ର ଭୂମିଆଙ୍କ ଦୁଇ ହାତକୁ ଠେଙ୍ଗାରେ ପ୍ରହାର କରିବା ଯୋଗୁଁ ହାତ ଦୁଇଟି କ୍ଷତାକ୍ତ ହୋଇଥିବା ଜଣା ପଡିଛି !ଅନ୍ଯମାନଙ୍କ ମଧ୍ଯରେ ଫରେଷ୍ଟର ମୂରଲୀଧର ଅନଗୁଳିଆ, ମୋହନ ଗୁଡିଆ,ରାଜେଶ କୁମାର ସେଠୀ,ଫରେଷ୍ଟ ଗାର୍ଡ ଅର୍ଜୁନ ବଟେ, ସଚିଦାନନ୍ଦ ଜେନା,ଗୁପ୍ତ ଚନ୍ଦ୍ର ଦୂର ପଥର ଏବଂ ଠେଙ୍ଗା ମାଡରେ ଆହାତ ହୋଇଥିଲେ । ଏ ସଂପର୍କରେ ଗତ ଶନିବାର ଦିନ ସ୍ଥାନୀୟ ମାଲକାନଗିରି ଥାନାରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ନାମକୋଣ୍ଡା ଗ୍ରାମର ୧୩ ଜଣଙ୍କ ନାମରେ ଏତଲା ଦେବା ସହ ୩ ଜଣଙ୍କ ଆକ୍ରମଣକାରୀଙ୍କୁ ଥାନକୁ ହସ୍ତାନ୍ତର କରିଛନ୍ତି । ଥାନାକୁ ହସ୍ତାନ୍ତର କରାଯାଇଥିବା ୩ ଜଣ ହେଲେ ଆଇତା ସୋଡି ମାୟା କବାସୀ,ବିଜୟ ସୋଡି। ସେହିପରି ଆକ୍ରମଣକାରୀମାନେ ହେଲେ ଦେବା କବାସୀ,କୋନା କବାସୀ,ମୋୟା କୁଞ୍ଜାମୀ,ସୋମା ମାଡି,ମୋୟା ମାଡକାମୀ,ବାଣ୍ଡି ସୋଡି,ସୋମା କବାସୀ ଆଡମା ସୋଡି,ଗଙ୍ଗା ମାଡକାମୀ,କୁଞ୍ଜା ମାଡି,ଦେବା ମାଡି,ରାଜା ମାଡି ଏବଂ ଗଙ୍ଗ ପଡିଆମୀ । ଏମାନଙ୍କୁ ମାଲକାନଗିରି ଥାନା ପୋଲିସ ଗିରଫ ଲାଗି ଜାଲ ବିଛାଇଥିବା ଜଣା ପଡିଛି । ଗିରଫ ଭୟରେ ବର୍ତ୍ତନାନ ଗାଁରେ ପୁରୁଷ ଶୂନ୍ଯ ହୋଇଥିବା ସୂଚନା ମିଳିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ। )

Comments (0)
Add Comment