ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରତିଯୋଗୀତା ଅନୁଷ୍ଠିତ ।

ପୋଲସରା,୦୬୵୧୦(ପିପିଟି):ସ୍ଥାନୀୟ ହାତୀଓଟ ନୋଡାଲ ହାଇସ୍କୁଲ୍ ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲା ବେଳେ କୁଇଜ୍ ପ୍ରତିଯୋଗିତାରେ ପ୍ରାୟ ପଚିଶି ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପାଇଁ ଏକ ସଭାର ମଧ୍ୟ ଆୟୋଜନ ହୋଇଥିଲା। ଆୟୋଜିତ ଉକ୍ତ ସଭାରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ଉମା ଶଙ୍କର ଦାସଙ୍କ ସଭାପତିତ୍ବ କରିଥିଲେ । ବନ ସଂରକ୍ଷକ ସଚିନ୍ କୁମାର ପ୍ରଧାନ ମୁଖ୍ୟ ଅତିଥି, ଉପ ବନାଞ୍ଚଳ ଅଧିକାରୀ ନନ୍ଦ କିଶୋର ସିଂ ମୁଖ୍ଯବକ୍ତା, ବନପାଳ ସରସ୍ଵତୀ ନାୟକ ଓ ବନରକ୍ଷୀ ସୁବୋଧ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥି ମାନେ ବନ୍ୟପ୍ରାଣୀ ସପ୍ତାହର ତାତ୍ପର୍ଯ୍ୟ ଓ ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନଙ୍କ ଦ୍ବାରା ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଶୁଭକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Comments (0)
Add Comment