(କବି କେଶବ ଚନ୍ଦ୍ର ନାୟକ)
……………………………….
କଳିଯୁଗ ବନ୍ଧୁ ଅଟେ ସ୍ବାର୍ଥ ପର
ଛଳନାର ଗନ୍ତାଘର…..
ମିଛରେ ହସନ୍ତି ମିଛ କହିଥାନ୍ତି
ଅଭିନୟ ଅଟେ ସାର…..!!
ସ୍ବାର୍ଥ ଥିଲା ଯାଏଁ ବନ୍ଧୁ ବାନ୍ଧିଥାନ୍ତି
ତାପରେ ବଇରୀ ସାଜି….
ପଛରେ ଥାଇଣ ଛୁରୀ ଘାତ କରି
ବନ୍ଧୁ ଧର୍ମ ଦ୍ଯନ୍ତି ତେଜି….!!
ଦୟା ମାୟା ବୋଲି ହୃଦେ ନାହିଁ କିଛି
ବନ୍ଧୁ ପତ୍ନୀ ହରିଥାନ୍ତି…
କରଜ ନେଇଣ କରଜ ନଶୁଝି
ଆତ୍ମସାତ୍ କରିଥାନ୍ତି…..!!
କୃଷ୍ଣ ସୁଦାମା ହିଁ ବନ୍ଧୁ ପଣେ କ୍ଷାତ
ଶିକ୍ଷା ଦିଏ ହରିବଂଶ….
ରାମାୟଣେ ଦେଖ ଶ୍ରୀରାମ ସୁଗ୍ରୀବ
ମଇତ୍ର ପ୍ରତୀକ ଯଶ….!!
ଶିକ୍ଷା ଦେଇଥାଏ ପୁରାଣ ଶାସ୍ତ୍ରରେ
କଳିଯୁଗ ଭିନ୍ନ ରୀତି…..
ଅଧର୍ମ ଅନ୍ୟାୟ ବନ୍ଧୁ ପଣ ସ୍ଥିତି
ନଥାଏ ପବିତ୍ର ନୀତି….!!
ବିଶ୍ବାସରେ ବିଷ ଦିଅନ୍ତି ଗୁପତେ
କୌଶଳେ ନିଅନ୍ତି ପ୍ରାଣ…..
ଏଣୁ ବିଜ୍ଞ ଜନ ହୁଅ ସାବଧାନ
ବନ୍ଧୁ ହିଁ ବଇରୀ ପୁଣ….!!
ନିତିଦିନ କେତେ ଘଟଣା ଘଟୁଛି
ହେଜ ବୁଝ ବନ୍ଧୁ ମର୍ମ…..
କପଟ ପଶାରେ ବନ୍ଧୁ ଗୋଟି ଖେଳେ
ବଇରୀ ସ୍ୱଭାବେ କର୍ମ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)