ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼ ।

ଅମର୍ଦ୍ଦାରୋଡ଼,୦୪/୧୦: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ଟ୍ରେନ ନଂ ୨୨୮୯୬ ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସଟି ବାଲେଶ୍ବର ଷ୍ଟେସନରେ ଅଟକିବା ପରେ ପରବର୍ତ୍ତୀ ରହଣି ଷ୍ଟେସନ ଖଡ଼ଗପୁର ମୁଖେ ଅତିକ୍ରମ କରିଥିଲା। ତେବେ ଅମର୍ଦ୍ଦାରୋଡ଼ ଷ୍ଟେସନ ଅତିକ୍ରମ କରିବା ପରେ ପାଞ୍ଚବାଟିଆ ରେଳଫାଟକ ନିକଟରେ ଗାଡ଼ିର କୌଣସି ଏକ ବଗି ଉପରକୁ ଟେକା ମାଡ଼ ହୋଇଥିଲା ।ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗିଥିବା ଜଣାପଡ଼ିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇ ଉପସ୍ଥିତ ଟିଟିଇଙ୍କୁ ଖବର ଦେଇଥିଲେ।ଟିଟିଇ ଜଳେଶ୍ବର ଷ୍ଟେସନକୁ ରିପୋର୍ଟ କରିବା ପରେ ରୂପସା ରେଳ ସୁରକ୍ଷା ବଳର ଅଧିକାରୀ କୁନ୍ଦନ କୁମାର ଝା,ଏସ ଆଇ ପି.କେ ରାୟଙ୍କ ଅନ୍ୟ କର୍ମଚାରୀ ମାନେ ତୁରନ୍ତ ଉକ୍ତ ଫାଟକ ନିକଟରେ ପହଞ୍ଚି ଦୁର୍ବୃତ୍ତର ପତ୍ତା ଲଗାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ।ମାତ୍ର କାହାରି ପତ୍ତା ମିଳିପାରି ନଥିବା ବେଳେ ଦୁର୍ବୃତ୍ତ ଜଣକ ଟେକା ମାଡ଼ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଅନୁମାନ କରାଯାଉଛି।

Comments (0)
Add Comment