ଭଞ୍ଜନଗର, ୨୩/୦୫(ପିପିଟି):ବର୍ତ୍ତମାନ ସମୟରେ ଭଞ୍ଜନଗର ରକ୍ତଭଣ୍ଡାର ରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗର ସ୍ଥିତ ଦକ୍ଷିଣ ଘୁମୁସର ବନଖଣ୍ଡ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୧୦୧ୟୁନିଟ ରକ୍ତ ସଂଗୃହୀତ ହୋଇଛି।ଯାହାଦ୍ୱାରା ଏଭଳି ସ୍ଥିତିରେ ବହୁରୋଗୀ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି।ଏଥିରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସମେତ ବହୁ ଏସିଏଫ,ବନ ପାଳ, ସ୍କ୍ୱାର୍ଡ ଓ ବନ କର୍ମଚାରୀମାନେ ରକ୍ତଦାନ କରିଥିଲେ।ସେଥି ମଧ୍ୟରେ ଅନେକ ମହିଳା କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି।ସୂଚନା ଯୋଗ୍ୟ ଗତ ୩ମାସ ପୂର୍ବେ ଜଣେ ଅସହାୟ ଶିଶୁକୁ ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ରକ୍ତଦାନ କରି ତାର ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ।ବନବିଭାଗର ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏଥିରେ ସମାଜସେବୀ ରମେଶ ଚନ୍ଦ୍ର ପାତ୍ର, ମାନସ ଜେନା, କୁବେର ପ୍ରଧାନ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)