ବନଦେବୀ ଟ୍ରାକ୍ଟର ସଂଘ ଗଠିତ।

କବିସୂର୍ଯ୍ଯ ନଗର,୨୫/୧୧(ପିପିଟି); କବିସୂର୍ଯ୍ଯ ନଗର ସ୍ଥିତ ବନଦେବୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ଓ ଏନ୍ଏସି ର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ନୂତନ କମିଟି ଗଠନ କରାଯାଇଛି। ସଭାପତି ଭାବରେ ସୁନୀଲ କୁମାର ପୋଲାଇଙ୍କୁ ଚୟନ କରାଯାଇଛି। ଉପସଭାପତି ଭାବେ ଦୁର୍ଯ୍ୟୋଧନ ଖଣ୍ଡୁଆଳ,ସଂପାଦକ ଭାବେ ଶିଶିର କୁମାର ନାୟକ,ସହ ସଂପାଦକ ଭାବେ ହରିହର ସ୍ବାଇଁ ଏବଂ କୋଷାଧ୍ୟକ୍ଷ ଭାବରେ ଗୋପାଳ ବିଶ୍ବାଳଙ୍କୁ ଚୟନ କରାଯାଇ ନୂତନ କମିଟି ଗଠନ ହୋଇଛି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Comments (0)
Add Comment