ବନକର୍ମଚାରୀଙ୍କ ଦ୍ବାରା ୫୦ ହଜାର ଟଙ୍କାର ମୂଲ୍ଯବାନ ପଟା ଜବତ, ଜଣେ ଗିରଫ ।

ମାଲକାନଗିରି,ତା:୦୭/୦୯(ପିପିଟି) ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସକାଳ ୬ ଘଟିକା ସମୟରେ ଦୀର୍ଘ ଦିନ ଧରି ଖଟ ପଲଙ୍କ ନିର୍ମାଣ କରି ବିକ୍ରି କରୁଥିବା କୌଣସି ସୂତ୍ରରୁ ଖବର ପାଇ ଏମଭି-୨୪ ଗ୍ରାମର ବିଧାନ ବୈରାଗୀ (୪୦) ଘରେ ହଠାତ ଚଢାଉ କରିଥିଲେ । ତାଙ୍କ ଘରୁ ଏବଂ ଅନ୍ଯ ସ୍ଥାନରେ ପଟା ଲୁଚାଇ ରଖିଥିଲା ବେଳେ ବନ କର୍ମଚାରୀମାନେ ତଦନ୍ତ କରି ପ୍ରାୟ ୫୦ ହଜାର ଟଙ୍କାର ସାଗୁଆନ ଏବଂ ପିଆଶାଳ କାଟା,ଦଣ୍ତା,ଅର୍ଦ୍ଧ ନିର୍ମିତ ପଲଙ୍କ ଫାଳ ଜବତ କରିଥିଲେ ।ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କୋରୁକୋଣ୍ଡା ବ୍ଲକ ନିକଟସ୍ଥ ମାରିୱାଡା ପଞ୍ଚାୟତ ଏମଭି-୨୪ ଗ୍ରାମର ଆସାମୀ ବିଧାନ ବୈରାଗୀଙ୍କୁ ଗିରଫ କରିଛନ୍ତି । ଏହି ଚଢାଉ ସମୟରେ ମାଲକାନଗିରି ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକ, ଫରେଷ୍ଚର ରାଜେଶ କୁମାର ସେଠୀ,ମହୋନ ଗୁଡିଆ,ମୂର୍ଲିଧର ଅନୁଗୁଳିଆ,ଫରେଷ୍ଟ ଗାର୍ଡ ଅର୍ଜ୍ଜୁନ ବଟେ,ବାସନ୍ତୀ ମାଡକାମୀ,ଦିପ୍ତି ରଂଜନ ନାୟକ, ଋଷିକେଶ ପାଣିଗ୍ରାହୀ,ରବି ନାରାୟଣ ଖଣ୍ଡୁଆଳ,ସୁଧିର ମୁର୍ମୁ,ସିରେନ୍ଦ୍ର ଦେଉଳି,ଲଳିତା ହରିଜନ,ଏ ପିଙ୍କି ରାଓ,ପାରା ଷ୍ଟାପ,ଆଇପିସିଇଏ ଷ୍ଟାପ୍ ପ୍ରମୁଖ ଯୋଗ ଦେଇଥିଲେ । (ରିର୍ପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment