ବଦଳି ପରେ ଗାଦି ଛାଡୁ ନାହାଁନ୍ତି ପୁରୁଷୋତ୍ତମପୁର ଏମ୍ଆଇ ।

ବ୍ରହ୍ମପୁର,୧୪/୦୮(ପିପିଟି): ପୁରୁଷୋତ୍ତମପୁର ଏମ୍ଆଇ କେଦାରନାଥ ପ୍ରାଧୀନୀଙ୍କ ବଦଳି ହୋଇଥିଲେ ମଧ୍ୟ ଗାଦି ଛାଡୁ ନାହାଁନ୍ତି । ପୁରୁଷୋତ୍ତମପୁର ଅଞ୍ଚଳରେ ମହୁ ଝରୁଛି । ସାମାନ୍ୟ ମହୁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚୁଥିବା ନେଇ ରାସ୍ତା ଘାଟ ସବୁଠି ଚର୍ଚ୍ଚା ! ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଓଡ଼ିଶା ଦ୍ବାରା ଚିଠି ନମ୍ବର- ୧୨୫୧୪,ତା-୨୨/୦୭/୨୦୨୬ ରେ ୩୯ ଜଣ ଏମ୍ଆଇଙ୍କ ବଦଳି ତାଲିକା ପ୍ରକାଶ ପାଇଛି । ପୁରୁଷୋତ୍ତମପୁର ଏମ୍ଆଇ କେଦାରନାଥ ପ୍ରାଧୀନୀଙ୍କୁ ନୟାଗଡ ଜିଲ୍ଲାକୁ ବଦଳି ହୋଇ ଥିଲେ ମଧ୍ୟ ସେ ଗାଦି ଛାଡିବକୁ ନାରାଜ । ପୁରୁଷୋତ୍ତମପୁରରେ ରହିବା ପାଇଁ କୁଜି ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଭୋଗରାଗ ଲଗାଇଥିବା ନେଇ ଚା ଖଟିରେ ଚର୍ଚ୍ଚା ଚାଲିଛି । ଏମ୍ଆଇ କେଦାରନାଥ ପ୍ରାଧୀନୀଙ୍କୁ ତୁରନ୍ତ ରିଲିଭ ନକଲେ ପ୍ରଶାସନ ଅଯଥାରେ ବଦନାମ ହେବାକଥା ।

Comments (0)
Add Comment