ବଡ ଯାତ୍ରା ଉପଲକ୍ଷେ କନ୍ୟା ମାଝୀ ବନ୍ଧ ପୀଠ ଉଦଘାଟିତ ।

ମାଲକାନଗିରି,୦୮/୦୩(ପିପିଟି):ମାଲକାନଗିରି ଜିଲ୍ଲାରେ ପବିତ୍ର ବଡଯାତ୍ରା-୨୦୨୫ ଏକ ମାସ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ ସୁଦୂର ମାନ୍ଯମକୋଣ୍ଡା ଠାରୁ ଆଜି ମୁତ୍ଯାଲୁ ଆମ୍ମାଙ୍କ ସହିତ ତିନି ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନାମରାଜୁ, ବାଲାରାଜୁ ଓ ପୋତରାଜୁ ବିମାନ ଯୋଗେ ମାଲକାନଗିରି ସ୍ଥିତ କନ୍ଯାମାଝି ବନ୍ଧ ପୀଠରେ ପହଞ୍ଚିଛନ୍ତି ।
ଆଜି ଠାକୁରମାନେ ପହଞ୍ଚିବା ପରେ ସକାଳେ ଦର୍ଶନ ପାଇଁ
ଶହ ଶହ ଭକ୍ତ ରୁଣ୍ଡ ସୋଇଥିଲେ। ଶ୍ରଦ୍ଧାଳୁମାନଙ୍କ ହାତରେ
ପୂଜା ସାମଗ୍ରୀ ସହିତ ଛେଳି ଓ କୁକୁଡ଼ା ବଳି ପ୍ରଦାନ ଲାଗି
ଲମ୍ବା ଧାଡ଼ି ଲାଗିଥିଲା।
ମାଲକାନଗିରି ବଡଯାତ୍ରା -୨୦୨୫ ଗତ ୧୧.୨.୨୫ ରୁ ମାନ୍ଯମକୋଣ୍ଡାରୁ ଆରମ୍ଭ ହୋଇ ଚଳିତ ମାସରେ ଅର୍ଥାତ ୧୧.୩.୨୦୨୫ ରେ ମାଲକାନଗିରି ସଦରମହକୁମା ସ୍ଥିତ ମାଉଲୀ ମାଆ ମନ୍ଦିର ଠାରେ ଉଦଯାପିତ ହେବ । ଏହି ବଡ ଯାତ୍ରାରେ ଶ୍ରୀଶ୍ରୀ ଶ୍ରୀ କାନମରାଜ,ବାଲାରାଜ,ପୋତରାଜ ଓ
ମୁତ୍ଯାଲୁମ୍ମା ବିମାନରେ ବିଜେ କରି ପଦବ୍ରଜରେ ଶହ ଶହ ଲାଠି
ଓ ଭକ୍ତ ଗହଣରେ ଆସି ମାଲକାନଗିରି ମାଉଲୀ ମାଆ ମନ୍ଦିର ପ୍ରାଙ୍ଗଣରେ ଉପବିଷ୍ଟ ହେବେ। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୩ ତାରିଖ ସୋମବାର ଦିନ ତିନି ଠାକୁରଙ୍କୁ ଆନ୍ଧ୍ରର ପୋଲୁର ସ୍ଥିତ
ତାଡାକା ରେଣୁ ରେ ନୌକା ବିହାରର ସହ ଠାକୁର ମାନଙ୍କୁ ସୁଦ୍ଧ
ସ୍ନାନ କରାଯାଇଥିଲା । ପ୍ରାଚୀନ ଠାକୁର ମାନଙ୍କୁ ବିସର୍ଜନ କଲା ପରେ ନୂତନ ଠାକୁରମାନଙ୍କୁ ପ୍ରାଣ ପ୍ରତିଷ୍ଠା କରା ଯାଇ ବିମାନ ଯୋଗେ ମାନ୍ୟକୋଣ୍ଡାକୁ ଅଣା ଯାଇଥିଲା । ଏହି ତାରକା ରେଉରେ ବୁଡ ପକାଇବା ପାଇଁ ପଡୋଶୀ ରାଜ୍ୟରୁ ୩୦ ହଜାର ରୁ ଊର୍ଦ୍ଧ୍ବ ଭକ୍ତ ରୁଣ୍ଡ ହୋଇଥିଲେ । ଏହି ତାଡକା କୁଣ୍ଡରେ ବୁଡ ପକାଇଲେ ସକଳ ପାପ ନାଶେ ହୋଇ ବହୁ ପୁଣ୍ଯ ପ୍ରାପ୍ତ ହେବାର ବିଶ୍ବାସ ରହିଛି।
ମା’ଙ୍କ ନିକଟରେ ମାନ୍ଯମକୋଣ୍ଡା ଠାରେ ପ୍ରଥମ ଭୋଗ ଲାଗି ହେବା ପରେ ମାର୍ଚ୍ଚ ୫ ତାରିଖ ବୁଧବାର ଦିନ ଗୁବଲେରୁ,ବୁଗୁଡ଼ା, ଠାକୁରମାନେ ଅତିକ୍ରମ କରି କାଲିମେଳା ଠାରେ ସନ୍ଧ୍ୟା ରେ ରହଣି କରିଥିଲେ।
ମାର୍ଚ୍ଚ ୬ ପାଖରେ ଠାକୁରମାନଙ୍କୁ ଧରି ଶ୍ରଦ୍ଧାଳୁମାନେ କାଲିମେଳାରୁ ପ୍ରାତଃ ବାହାରି କାଙ୍ଗୁରକୋଣ୍ଡାରେ ରହଣି କରିଥିଲେ । ମାର୍ଚ୍ଚ ୭ ତାରିଖରେ ପ୍ରାତଃ ଠାକୁର ମାନଙ୍କୁ ଧରି
ପଟେରୁ, ମଧ୍ୟାହ୍ନ ରେ ଶିଖପଲ୍ଲୀ, ସନ୍ଧ୍ୟା ରେ ତମସା ରେ ପହଞ୍ଚିଥିଲେ । ସେଠାରେ ରାତ୍ର ଯାପନ କଲା ପରେ ମାର୍ଚ୍ଚ ୮ ତାରିଖ ଶନିବାର ପ୍ରାତଃ ସମୟରେ ଠାକୁରମାନେ ମାଲକାନଗିରି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ
ଅର୍ଥାତ ପ୍ରବେଶ କରିଛନ୍ତି। ଆଜି ରାତ୍ର ଯାପନ କଲା ପରେ ଆସନ୍ତା କାଲି ରବିବାର ପ୍ରାତଃ ସମୟରେ ଠାକୁରମାନେ ମାଣ୍ଡିଆ ଭଟ୍ଟାରେ ବିଜେ କରିବେ। ଏଠାରେ ହଜାର ହଜାର ଶ୍ରଦ୍ଧାଳୁମାନେ ପଶୁ ଓ ପକ୍ଷୀଙ୍କୁ ବଳି ଅର୍ପଣ କରିବେ । ୯ ତାରିଖ ସନ୍ଧ୍ୟା ରେ ଠାକୁରମାନେ ମାଉଲୀ ମାଆ ଙ୍କ ସିଂହ ଦ୍ୱାରେ ବିଜେ କରିବେ। ମାର୍ଚ୍ଚ ୧୦ ଓ ୧୧ ତାରିଖ ଠାକୁରମାନେ ରହଣି କରିବେ। ୧୨ ତାରିଖ ବ୍ରହ୍ମ ମୁହୂର୍ତ୍ତରୁ ଠାକୁର ମାନଙ୍କୁ ଧରି ପୂଜାରୀମାନେ ପ୍ରତ୍ୟାବର୍ତ୍ତନ କରିବେ।
ଏହି ଦୁଇ ଦିନ ଅନ୍ତିମ ପଶୁ ଓ ପକ୍ଷୀ ଙ୍କ ବଳି ଅର୍ପଣ ରେ ଶକ୍ତି ପୀଠ ରକ୍ତ ରଂଜିତ ହୋଇ ଉଠିବ। ଆଜି ମାଲକାନଗିରି ର ବିଭିନ୍ନ ଆଦିବାସୀ ଗାଁ ଗହଳରୁ ବଡ଼ ବଡ ଲାଠି ଭକ୍ତ ଗହଳ
ଚାଳରେ ପହଞ୍ଚି ଯାଇଛି। ଲାଠି ଗୁଡ଼ିକରେ ନାନା ରଙ୍ଗ ର ବାନା ଆବରଣ କରି ଯାଇଛି। ଏହି ଲାଠି ଗୁଡ଼ିକ ଦେବୀଙ୍କ ପ୍ରତୀକ
ଅଟେ। ସମସ୍ତ ଦେବୀ ମାଉଲୀ ମାଆ ପୀଠରେ ଏକତ୍ରୀତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ମୁତ୍ଯାଲୁ ଆମ୍ମା ଓ ତିନି ଠାକୁରଙ୍କ ସହିତ ସମସ୍ତ ଦେବୀମାନଙ୍କର ବଡ ଯାତ୍ରା ରେ ମହାମିଳନ ହୋଇଥାଏ। ଏଣୁ ଏହାର ନାଁ ବଡ ଯାତ୍ରା। ଏହି ବଡ ଯାତ୍ରା ଏକ ବର୍ଷ ବ୍ୟବଧାନରେ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହୋଇଥାଏ। ମାଲକାନଗିରି ବଡ଼ଯାତ୍ରାରେ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକମାନ ସମାବେଶ ହୋଇ ଥାନ୍ତି।
ମୀନା ବଜାର ଓ ଆଲୋକ ମାଳରେ ମାଲକାନଗିରି ସହରର
ଝଲମଲ ହୋଇ ଉଠେ। ଏହି ଯାତ୍ରାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସୁଚାର ରୂପେ ଦାୟିତ୍ବ ନିର୍ବାହ କରନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment