ବ୍ରହ୍ମପୁର,୨୦/୦୯(ପିପିଟି): ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବୈଦ୍ୟନାଥପୁର ଥାନାକୁ ମିଳିଛି ବଡ଼ ସଫଳତା । ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ଗଞ୍ଜାମ ଜିଲ୍ଲାରେ କେତେକ ଜୁଆଡ଼ି ପରମ୍ପରାକୁ ଢାଲ କରି ମାସ ମାସ ଧରି ଜୁଆ ଆଡ୍ଡା ଚଳାଉଛନ୍ତି । ମୁଖ୍ୟତଃ ଜିଲ୍ଲାର ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବଡ଼ ବଡ଼ ନୂଆ ନୂଆ ଆଡ୍ଡା ଚାଲୁଛି । କିନ୍ତୁ ଜୁଆ ଆଡ୍ଡା ଚଳାଉଥିବା ମୁଖ୍ୟ ପରିଚାଳକ ମାନେ ପୋଲିସ ହାବୁଡ଼ରେ କେବେ ମଧ୍ୟ ଧରା ଦେଉ ନାହାନ୍ତି । ଆଜି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗର ଠାରେ ଏକ ବଡ଼ ଧରଣର ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଡ଼ାଉ କରି ୨୧ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ନଗଦ ମୋଟ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ସମେତ ୨୩ ନାମିଦାମୀ ମୋବାଇଲ ଏବଂ ଏଲଇଡ଼ି ଟିଭି, ପୁରା କମ୍ପ୍ୟୁଟର ସିଷ୍ଟମ, ହୋମ ଥେଟର୍ ,୫ କାଟା ତାସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ସୂଚନାଯୋଗ୍ୟ ଯେ, ପାର୍ବଣ ଆଗରୁ ଅପରାଧୀଙ୍କୁ ଜଗିବା ପାଇଁ ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ କ୍ରମେ ସବୁ ଥାନା ପୁଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ସହରକୁ ନାକାବନ୍ଦୀ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ବ୍ରହ୍ମପୁର ଏସପି ଡଃ ସର୍ବଣା ବିବେକ ଏମ୍ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀମାନେ ଯେପରି ସହର ଭିତରକୁ ପ୍ରବେଶ ନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରିବା ପାଇଁ ଯୋଜନା ହୋଇଛି । ମୁଖ୍ୟତଃ ସହରର ପ୍ରବେଶପଥ ଉପରେ ପୁଲିସର ନଜର ରହିବ ବୋଲି କହିଛନ୍ତି ଏସପି । ପୁରୁଣା ଜୁଆଡ଼ି ଓ ଅପରାଧୀଙ୍କ କାର୍ଯ୍ୟକଳାପକୁ ପୁଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆଜି ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ତ୍ୱତ୍ତାବଧନରେ ଥାନା ଅଧିକାରୀ ରାମ କୁମାର ମୁର୍ମୁ ଓ ତାଙ୍କ ଟିମ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରଥିଲା । ଚଢ଼ାଉ ବେଳେ ପୁଲିସ ସେଠାରୁ ନଗଦ ୪ ଲକ୍ଷ ୯୯ହଜାର ୪୨୦ ଟଙ୍କା ସହ ୨୧ ଜଣ ଜୁଆଡ଼ିକୁ ପୁଲିସ ଗିରଫ କରିବା ସହ ୯ଟି ମୋଟର ସାଇକେଲ ଜବତ କରିଛି ପୁଲିସ । ଏହି ଜୁଆ ଖେଳିବା ପାଇଁ ବାହାର ରାଜ୍ୟରୁ ଆସି ଅନେକ ଜୁଆଡ଼ି ଏଠାରେ ମାସ ମାସ ଧରି ରହି ଜୁଆ ଖେଳୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ପୁଲିସ ପକ୍ଷରୁ ପ୍ରତିଦିନ ପେଟ୍ରୋଲିଂ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ପୁଲିସ ଗତିବିଧି ଉପରେ ନଜର ରଖୁଥିବା ଯୁବକ ମାନେ ପୁଲିସ ଆସିବା ଖବର ଜୁଆଡ଼ିଙ୍କୁ ତୁରନ୍ତ ଆସିଯାଇଥିଲା । ଫଳରେ ଖେଳର ସ୍ଥାନ ପରିବର୍ତ୍ତନ ହେଉଛି ଏବଂ ପୁଲିସକୁ ବଡ ଜୁଆ ଆଡ୍ଡା ଉପରେ ଚଢଉ କରିବାରେ ଅସୁବିଧା ହେଉଥିଲା । ଆଡ୍ଡା ପରିଚାଳନା କରୁଥିବା ଯୁବକମାନେ ଏବଂ ଦ୍ରୁତ(ମ୍ୟାସେଞ୍ଜର) ମାନେ ବିପୁଳ ପରିମାଣର ମାରଣାସ୍ତ୍ର ରଖିଥିବା ଶୁଣିବାକୁ ମିଳୁଛି । ଯାହା ଫଳରେ ମୁଖ୍ୟମୁଖ୍ୟ ଜୁଆଡି ପୋଲିସ ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି । ଚଢ଼ଉ ବେଳେ ଥାନା ଅଧିକାରୀଙ୍କ ସମେତ ଏସଆଇ ଡ଼ି.କେ.ପ୍ରଧାନ, ଏଏସଆଇ ଗିରୀ ଗୋବର୍ଦ୍ଧନ ଜେନାଙ୍କ ସମେତ ବହୁ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )