ବଡ଼ ଖଇରଖମା ଗ୍ରାମ ପଞ୍ଚାୟତରେ ବହୁ ଉନ୍ନୟନ କାର୍ଯ୍ଯର ଉଦ୍‌ଘାଟନ ଓ ବିଜେଡି ର ମିଶ୍ରଣ ପର୍ବ ।

ବେଗୁନିଆପଡା,୧୦/୦୨;କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତ ପାଇକପଡା ଗ୍ରାମ ନିକଟସ୍ଥ ବଟେଶ୍ୱର ମନ୍ଦିର ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରା ଓ ସ୍ବଛ ଭାବମୂର୍ତ୍ତିକୁ ଅନୁପ୍ରାଣିତ ହୋଇ ଆଜି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ କଂଗ୍ରେସ ନେତା କାଶୀନାଥ ବେହେରା ଓ ବୁରୁଝରୀ ପଞ୍ଚାୟତର ପୁର୍ବତନ ସରପଞ୍ଚ ସତ୍ୟ ନାୟକ ସେମାନଙ୍କ ସମର୍ଥକଙ୍କୁ ସାଥିରେ ନେଇ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ନୂତନ ଭାବେ ମିଶିଥିବା ବିଜେଡି କର୍ମୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ବିଧାୟିକା ଶ୍ରୀମତୀ ପ୍ରଧାନ ପାଇକପଡ଼ା ଓ ହରିପୁର ଠାରେ ବିଭିନ୍ନ ଉନ୍ନୟନ ମୂଳକ କାମର ଶୁଭ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ବିଜୟ କୁମାର ଦୋରା, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ, ଦୁର୍ଯ୍ୟୋଧନ ଗୌଡ଼,ସନ୍ତୋଷ କୁମାର ସାହୁ ,ରଙ୍କ ନିଧି ନାୟକ, ସୁର ଜେନା, ଗୋପବନ୍ଧୁ ସାହୁ, ସୁରେନ୍ଦ୍ର ନାଥ ତିଆଡ଼ି, ଶାଙ୍କୁଡ଼ା ପଂଚାୟତ ସମିତିସଭ୍ୟ କବିରାଜ ନାୟକଙ୍କ ସହ ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।

(ରିପୋର୍ଟ ସୌଜନ୍ୟ- ମୁନା ନାୟକ ।)

Comments (0)
Add Comment