ବଡ଼ପଥରା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର ।

ଭଞ୍ଜନଗର,୦୩/୦୮(ପିପିଟି) : ଭଞ୍ଜନଗର ଥାନା ଅଧୀନ ବଡ଼ପଥରା ନିକଟରେ ଆଜି ଅପରାହ୍ନ ସମୟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବଡ଼ପଥରା ଗ୍ରାମର କାର୍ତ୍ତିକ ବିଷୋୟୀ (୩୪) । ସେ ନିଜ ବାଇକ ଯୋଗେ ଉକ୍ତ ରାସ୍ତାରେ ଯାଉଥିବା ବେଳେ ମୁଖ୍ୟ ରାସ୍ତା ପୋଖରୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment