ବଡପଡା ଠାରେ ଅତ୍ଯାଧୁନିକ ହେଲଥ୍ କେୟାର ନିର୍ମିତ ।

ମାଲକାନଗିର,୦୩/୧୨(ପିପିଟି): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବର୍ଷ ବର୍ଷ ଧରି ସ୍ବାସ୍ଥ୍ଯ ସେବା ଅପହଞ୍ଚ ରହି ଆସିଥିବା ବେଳେ ବହୁ ଲୋକ ରୋଗାକ୍ରାନ୍ତ ହୋଇ ସ୍ବାସ୍ଥ୍ଯ ସୁବିଧା ନପାଇ ଅକାଳରେ ମୃତ୍ୟୁ ବରଣ କରିଥାନ୍ତି ।ଏହାକୁ ଦୂରିକରଣ ଲାଗି ଓଡ଼ିଶା ସରକାର ଦୁଇ ସପ୍ତାହ ମଧ୍ୟରେ ନିର୍ମାଣ କରିଛନ୍ତି ସ୍ୱାଭିମାନ ଅଞ୍ଚଳରେ ଦୁଇ କୋଟି ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ମେଡିକାଲ । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଓନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ବଡ଼ପଡା ଠାରେ ଆମେରିକାନ- ଇଣ୍ଡିଆନ ଫାଉଣ୍ଡେସନ ତରଫରୁ ଚେନାଇ ଆଇଆଇଟି ଦ୍ଵାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋର୍ଟେବୁଲ ହେଲଥ୍ କେୟାର ୟୁନିଟ୍ ନିର୍ମାଣ କରାଯାଇଛି । ନିର୍ମାଣ ଲାଗି ମାତ୍ର ଦୁଇ ସପ୍ତାହ ବା ୧୪ ଦିନ ମଧ୍ଯରେ କାର୍ଯ୍ଯ ସମାପ୍ତ ଘଟିଛି । ଏଥି ପାଇଁ ବ୍ଯୟ ଦୁଇ କୋଟି ଟଙ୍କା ହୋଇଥିବା ବେଳେ ଏହା ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଆକର୍ଷଣୀୟ ଭ୍ରାମ୍ୟମାଣ ଚିକିତ୍ସାଳୟ ଅଟେ । ଯେଉଁଥିରେ ପଚାଶଟି ଶଯ୍ୟା ବା ବେଡ୍ ରହିଛି,ଏହି ପ୍ରକୋଷ୍ଠରେ ଚାରି ଗୋଟି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି । ପ୍ରତି ପ୍ରକୋଷ୍ଠରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ଅସ୍କିଜେନ ବ୍ୟବସ୍ଥା ସହ ଭେଣ୍ଟିଲେଟର ମଧ୍ଯ ରଖାଯାଇଛି । ଡାକ୍ତର ଓ ନର୍ସମାନେ ରହିବା ପାଇଁ ବ୍ଯବସ୍ଥା କରାଯାଇଛି । ରୋଗୀ ଏବଂ କର୍ମଚାରୀଙ୍କ ପାଇଁ ଶୌଚାଳୟର ସୁବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଏହି ଅତ୍ଯାଧୁନିକ ମେଡିକଲଟି ଉଦଘାଟନ ଅପେକ୍ଷାରେ ରହିଛି । ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଠାରେ ପାହାଡ଼କୁ କାଟି ନିର୍ମାଣ କରାଯାଇଛି । ଉକ୍ତ ମେଡିକାଲଟିକୁ ନିର୍ମାଣ କରିବା ପାଇଁ ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ତରଫରୁ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ଓ ମାଲକାନଗିରି ଜିଲା ପ୍ରଶାସନ ଡାକ୍ତର, ନର୍ସ,ଫର୍ମାସିଷ୍ଟ ଏବଂ ଅନ୍ଯାନ୍ଯ ଆବଶ୍ଯକ କର୍ମଚାରୀ ଯୋଗାଇ ଦେଲେ ଏ ଅଞ୍ଚ ରେ ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ଯ ସମସ୍ଯାରେ ସୁଧାର ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment