ବଡପଙ୍କଳବାଡ଼ି ପଞ୍ଚାୟତରେ ପଟ୍ଟା, ଭତ୍ତା ଓ ରେଶନକାର୍ଡ ବଣ୍ଟନ।

ପୋଲସରା,୧୯/୦୫ (ପିପିଟି): ପୋଲସରା ବ୍ଲକ୍ ବଡପଙ୍କଳବାଡ଼ି ଗ୍ରାମ ପଞ୍ଚାୟତରେ ବସୁନ୍ଧରା ଘରବାରୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ତହସିଲ ପକ୍ଷରୁ ସ୍ଥାନୀୟ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବା ବେଳେ ନିକଟରେ ତହସିଲଦାର ଦିପ୍ତିମୟୀ ପାତ୍ର ଓ ଅତିରିକ୍ତ ତହସିଲଦାର ଶିରିଶ ଚନ୍ଦ୍ର ମଲ୍ଲିକ, ବିଡ଼ିଓ ଶଶିଭୂଷଣ ମହାପାତ୍ର,ସରପଞ୍ଚ ଭାରତୀ ବେହେରା, ସମିତି ସଭ୍ୟା ଲିଲି ବେହେରା, ପିଇଓ ପବିତ୍ର କୁମାର ପରିଡ଼ା ଏଵଂ ବ୍ଲକ୍ ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୩୨ ଜଣ ବାସହିନଙ୍କୁ ବସୁନ୍ଧରା ଯୋଜନା ଅନ୍ତର୍ଗତ ଘରବାରୀ ପଟ୍ଟା ସମେତ ୧୫ ଜଣଙ୍କୁ ନୂତନ ରେଶନକାର୍ଡ ଓ ୧୧ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମନ୍ତ୍ରୀ ମହୋଦୟଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜୀବ କୁମାର ଜେନା, କୃଷ୍ଣଚନ୍ଦ୍ର ଜେନା, ରଘୁନାଥ ପଣ୍ଡା, ରାମକୃଷ୍ଣ ପ୍ରଧାନ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ପଞ୍ଚାୟତ କାର୍ଯ୍ୟାଳୟର ଷ୍ଟାଫ୍ କର୍ମଚାରୀଗଣ ଏବଂ ଏସଏଚଜି ମହିଳାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ମଞ୍ଚ ଉପସ୍ଥାପକ ଦେବାଶିଷ ସ୍ବାଇଁ ସଂଯୋଜନା କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment