ବଡଚଣା ବିଧାୟକଙ୍କ ଅମର ନାୟକଙ୍କ ନିଆରା ପ୍ରୟାସ : ଆମ୍ବେଦକର କୁଟୀରର ହେଲା ଶୁଭାରମ୍ଭ ।

ଯାଜପୁର,୧୫/୦୪(ପିପିଟି) :ବିଆର ଆମ୍ବେଦକର ଜୟନ୍ତୀ ଅବସରରେ ଅନୁସୂଚିତ ବର୍ଗଙ୍କ ପାଇଁ ଯାଜପୁର ଜିଲା ବଡଚଣାରେ ଅଭିନବ ପ୍ରୟାସ । ବଡଚଣା ବିଧାୟକ ଅମର ନାୟକଙ୍କ ହାତ ପାଣ୍ଠିରେ ସମସ୍ତ ପଂଚାୟତରେ ନିର୍ମାଣ ହେବ ଆମ୍ବେଦକର କୁଟୀର । ବଡଚଣା ବ୍ଲକର ଧାନମଣ୍ଡଳସ୍ଥିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ,ଗଣଶିକ୍ଷା ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି । ବିଧାୟକ ଅମର ନାୟକଙ୍କ ପ୍ରୟାସରେ ସାରା ରାଜ୍ୟରେ ବଡଚଣା ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଛନ୍ତି । ଅମର ନାୟକ ଯୋଗ ଦେଇ ତାଙ୍କ ହାତପାଣ୍ଠିରୁ ପ୍ରତି କୁଟୀର ପାଇଁ ୪ ଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ ହେବ । ବଡଚଣା ବ୍ଲକର ୪୩ଟି ପଞ୍ଚାୟତରେ ଥିବା ଦଳିତ ବସ୍ତିରେ ଗୋଟିଏ ଲେଖାଁଏ ଆମ୍ବେଦକର କୁଟୀର ନିର୍ମାଣ ହେବ । ଅନୁସୂଚିତ ଜାତି ଭାଇଭଉଣୀମାନଙ୍କ ସୁବିଧା ଦେବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏଥିରେ ପକ୍କା ଘର,ନଳକୂପ,ସୌର ଲାଇଟ୍ ଓ ଶୈଚାଳୟ ଯୋଗାଇ ଦିଆଯିବ । ଏହି ଜାତି ଭାଇ ଭଉଣୀଙ୍କ ସାମାଜିକ, ସାଂସ୍କୃତିକ ପ୍ରାଣ କେନ୍ଦ୍ର ହେବ । ବଡଚଣା ବିଡିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ,ସମାଜସେବୀ ଦେବଜାନୀ ପ୍ରଧାନ ଓ ଦର୍ପଣ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment