ଭଞ୍ଜନଗର,୦୮/୧୦(ପିପିଟି): ଗଞ୍ଜାମ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ଶୁକ୍ରବାର ବଡକୋଦଣ୍ଡା ଗସ୍ତରେ ଆସି ଜବାହାର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣାଧୀନ ସ୍ମାର୍ଟ କ୍ଳାସ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଭଞ୍ଜନଗର ବି.ଡି.ଓ ଅନିଲ କୁମାର ସେଠୀ ଓ ବି.ଇ.ଓ ଏସ୍ ଧନଞ୍ଜୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ପିଲାଙ୍କ ସଂଖ୍ୟା ଅଧିକ ଥିବା ଦୃଷ୍ଟିରୁ ଆଉ ଦୁଇଟି ଅତିରିକ୍ତ ଶ୍ରେଣୀ ପ୍ରକୋଷ୍ଠର ଆବଶ୍ୟକତା ଥିବା ପ୍ରକାଶ କରିବା ପରେ ପି.ଡି ଏହାକୁ ଉପଲବ୍ଧି କରି ମଞ୍ଜୁର କରିବା ତଥା ଅନ୍ୟାନ୍ୟ ବୈଷୟିକ ସହାୟତା ପ୍ରଦାନ ଓ ଶୀଘ୍ର ବାକି ଥିବା କାମ ସାରିବା ପାଇଁ ଉପସ୍ଥିତ ବ୍ଳକ ଜେ.ଇ ତଥା ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଏହି ସମୟରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବ୍ଳକର ସି.ଆର୍.ସି.ସି ମାନେ ମଧ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )