ବଜ୍ରାଘାତରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସମବେଦନା ।

ଭଞ୍ଜନଗର, ୨୫/୦୭(ପିପିଟି) : ଭଞ୍ଜନଗର ଥାନା ଅଧିନ ଖାରିଗୁଡା ଗ୍ରାମରେ ଗତ ବୁଧବାର ଅପରାହ୍ନରେ ବଜ୍ରାଘାତ ଘଟି ଜଣେ ଗାଇ ଚରାଳୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ବସନ୍ତ ଗୌଡ଼ (୩୮)।ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା, ଗୋଟିଏ ଇନ୍ଦିରା ଆବାସ ଗୃହ, ଭିନ୍ନକ୍ଷମ ପୁଅର ପଢ଼ାଖର୍ଚ୍ଚ ଓ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିରେ ମୁଜାଗଡ଼ ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ଼, କୁବେର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment