ବଜ୍ରାଘାତରେ ଜଣେ ମୃତ ଓ ଜଣେ ଆହତ।

ବାଙ୍ଗିରିପୋଷି,୧୫/୦୬: ବଜ୍ରାଘାତରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ନିଶ୍ଚିନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳାଗାଡ଼ିଆ ଗ୍ରାମର ଗୋବିନ୍ଦ ମାର୍ଣ୍ଡିଙ୍କ ପୁଅ ଭୀମ ମାର୍ଣ୍ଡି (୨୫) ଏବଂ ଗୁରୁତର ଆହତ ଯୁବକ ଜଣକ ହେଲେ ଗୋହିରାପାଳ ଗ୍ରାମର ଜଗନ୍ନାଥ ମାର୍ଣ୍ଡି (୪୦)। ମଧ୍ୟାହ୍ନ ସମୟରେ ହଠାତ କଳାବୈଶାଖି ପ୍ରଭାବରେ ବର୍ଷା ଆସିବାରୁ ଗ୍ରାମ ନିକଟସ୍ଥ ଏକ ମହୁଲ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ଭୀମ ଟଳିପଡିଥିଲା ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Comments (0)
Add Comment