ଅନୁଗୁଳ,୨୩/୦୯: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ପରା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ସହ ୬ ଟି ଛେଳିର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପରା ଗାଁ କଦମ୍ବ ସାହିର ଶୁକ୍ରୁ ପ୍ରଧାନଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ । ସୂଚନା ଯେ,ସବୁଦିନ ପରି ଆଜି ସେ ତାଙ୍କ ଛେଳି ଚରାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ଦିନ ଗୋଟାଏ ବେଳେ ହଠାତ୍ ବହୁ ଜୋର୍ ରେ ବଜ୍ରାଘାତ ହେବାରୁ ସେ ଏକ ଆମ୍ବ ଗଛ ପାଖରେ ରହିଯାଇ ଥିଲେ। ସେହି ସମୟରେ ତାଙ୍କ ଉପରେ ବଜ୍ରାଘାତ ହେବାରୁ ସେହିଠାରେ ହିଁ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ସେହି ବଜ୍ରାଘାତ ଛଅ ଗୋଟି ଛେଳିର ବି ମଧ୍ୟ ମୃତ୍ୟୁ ଘଟିଛି।