ବଜ୍ରପାତରେ ୨ମୃତ ଓ ଜଣେ ଗୁରୁତର।

ରାୟଗଡା,୨୦/୦୯(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ବଡହରିଜନ ସାହିର ୨ ଜଣ ବଜ୍ରପାତରେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।ମୃତ ୨ଜଣ ହେଲେ ନରେଶ ସୁନା,(୨୬),ଅର୍ଜାଲୁ ପଲକିଆ(୩୪) ଓ ଗୁରୁତର ଜଣକ ହେଉଛନ୍ତି ତ୍ରିପତି ହିଆଲ। ୧୯ ତାରିଖ ଦିନ ୨.୩୦ରେ ଉପରୋକ୍ତ ୩ ଜଣ ଗୋରୁ ଚରାଇବାକୁ ଯାଇଥିଲେ,ହଠାତ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଘଡଘଡି ସହ ବିଜୁଳି ମାରିଥିଲା,ଏମାନେ ଜୀବନବିକଳରେ ବେଦାନ୍ତ ଆଲୁମିନା ବ୍ରିଜ ନିକଟରେଥିବା ଗଛମୂଳେ ଆଶ୍ରୟ ନେଇଥିଲେ, ମାତ୍ର ବିଡମ୍ବନା ଯେ ସେହି ଗଛ ନିକଟରେ ବଜ୍ରପାତ ହେବାରୁ ୩ ଜଣ ତଳେ ପଡିଯାଇଥିଲେ। ଏମାନଙ୍କୁ ଗୁରୁତର ଭାବେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଅମ୍ବାଦଳା ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ସଚିନ ତ୍ରିପାଠୀ ନରେଶ ଓ ଅର୍ଜାଲୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ତ୍ରିପତିଙ୍କୁ ରାୟଗଡା ନେବାକୁ ପରାମର୍ଶ ଦେଇଥିଲେ । ଅମ୍ବାଦଳା ପୋଲିସ ଏସଆଇ ପ୍ରକାଶ ଚନ୍ଦ୍ର ବେହେରା କେସର ତଦରଖ କରୁଛନ୍ତି। ପୋଷ୍ଟମର୍ଟମ ପରେ ଶବଦୁଇଟିକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । (ରିପୋର୍ଟ – ନବୀନ ନାୟକ ବେହେରା ।)

Comments (0)
Add Comment