ବଂଶୀ ସ୍ବନ ଶ୍ରୁତି ମଧୁର କରଇ
ଆଉ ସ୍ବର ସବୁ ତୁଚ୍ଛ ଗୋ…
କଳା କାହ୍ନୁ ନୃତ୍ୟ ତ୍ରିଭଙ୍ଗିମା ଠାଣି
ଆଉ ଯେତେ ନୃତ୍ୟ ପଛ ଗୋ…!!
ଏତେ କଳା କାହୁଁ ପାଇଲା କହ୍ନେଇ
ସ୍ତମ୍ବନ ମୋହନ ଯାଦୁ ଗୋ….
ଯାହା ସେ ଇଛିଲା ତାହା ତ ଘଟିଲା
ଶତ୍ରୁକୁ କରିଲା ବନ୍ଧୁ ଗୋ….!!
କଳା ମାଣିକର ନାଲି ଅଧରେ
ହସ ମନ୍ଦ ମନ୍ଦ ଝରେ ଗୋ…
ସେ ହସ ଦେଖିଲେ ବଶ ହୋଇ ଯିବ
କ୍ରୋଧ ଚାଲିଯାଏ ଦୂରେ ଗୋ…..!!
ଝାମ୍ପୁରା କେଶକୁ ମୟୂରର ଚୁଳ
ପବନେ ଲହରୀ ଭାଙ୍ଗେ ଗୋ….
ରସିକ ଶେଖର ମୂରଲୀ ବଜାଇ
ଢଳି ଢଳି ଆସେ ରଙ୍ଗେ ଗୋ….!!
ପୀତ ବସନରେ କଳା କାହ୍ନୁ ସତେ
ମେଘ ରେ ବିଜୁଳି ସମ ଗୋ….
ଦୂରୁ ଚାହଁ ଦେଲେ ବେନି ନେତ୍ର ସ୍ଥିର
ନ ଦିଶଇ କିଛି ଆନ ଗୋ….!!
ଗୋପପୁର ମାଟି ପୁଣ୍ଯ ହୋଇ ଗଲା
କୃଷ ପାଦ ପଦ୍ମ ସ୍ପର୍ଶେ ଗୋ….
ଧନ୍ଯ ବୃନ୍ଦାବନ ଧନ୍ଯ ସେ ଶ୍ରୀରାଧା
ଯେଉଁଠି କୁସୁମ ବର୍ଷେ ଗୋ….!!
ବଂଶୀ ସୁର ଆଣେ ଚିର ଯଉବନ
ବାର୍ଦ୍ଧକ୍ୟ ଦେହେ ନ ଆସେ ଗୋ….
ସବୁ ଦୁଃଖ କଷ୍ଟ ସେ ବଂଶୀ ବିନାଶେ
ଏ ଗୀତେ କେଶବ ଭାଷେ ଗୋ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)