ଫ୍ଲୋରାଇଡିନ ଜଳ ବ୍ୟବହାର କରି ଶତାଧିକ ଆକ୍ରାନ୍ତ।

ବୋଲଗଡ଼,୧୦/୦୧(ପିପିଟି); ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତରେ ଶତାଧିକ ଯୁବକ, ଯୁବତୀ,ବୃଦ୍ଧ,ବୃଦ୍ଧା ଫ୍ଲୋରାଇଡ ଜଳ ବ୍ୟବହାର କରି ବିଭିନ୍ନ ପ୍ରକାରର ଅଜଣା ରୋଗରେ ପୀଡ଼ିତ ହେଉଛନ୍ତି। ଫ୍ଲୋରାଇଡ ଜଳ ବ୍ୟବହାର କରିବା ଦ୍ୱାରା ଦାନ୍ତ ଗୁଡିକ କସରା ପଡିଯାଉଛି, ଆଣ୍ଠୁ ଗଣ୍ଠିବାତ ଜନିତ ରୋଗରେ ଲୋକମାନେ ପୀଡିତ ହେଉଛନ୍ତି ,ମୁଣ୍ଡ ରୁ ଚୁଟି ଓ ଦାନ୍ତ ଗୁଡିକ ଖୁବ୍ କମ୍ ବୟସରେ ଝଡିପଡୁଛି,ଖୁବ୍ କମ୍ ବୟସରେ ବୃଦ୍ଧ ଭଳି ଦେଖାଯାଉଛନ୍ତି। ଡାକ୍ତରୀ ପରୀକ୍ଷା ଦଳ ନାନା ପ୍ରକାର ପରିକ୍ଷା କରି ଉକ୍ତ ଅଞ୍ଚଳରେ ଫ୍ଲୋରାଇଡ ମିଶ୍ରିତ ଜଳ ବ୍ୟବହାର କରୁଥିବାରୁ ଉକ୍ତ ରୋଗ ଦେଖା ଯାଏ ବୋଲି ଯାଣିପାରିଛନ୍ତି। ଫ୍ଲୋରାଇଡ ଜଳର ଉତ୍ପତ୍ତି ଜାଣିବା ପାଇଁ ରାଜ୍ୟ ସରକାରଙ୍କର ଏକ ବିଶେଷଜ୍ଞଦଳ ସ୍ୱର୍ଗତପ୍ରାକ୍ତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ପ୍ରଚେଷ୍ଟାରେ ୧୯୯୦ମସିହାରେ କୃଷ୍ଣପୁରୁ ମୌଜାର ମଣ୍ଡନଗିରି ପାହାଡ ତଳୁ ଉକ୍ତ ଝରଣା ଉତ୍ପତ୍ତିସ୍ଥଳ ବୋଲି ସେମାନେ ମତପ୍ରକାଶ କରିଥିଲେ। ଏହାପରେ ଏକ ଡାକ୍ତରୀ ପରୀକ୍ଷା ଦଳ ସାଗରୁ ଗୁଆଁ,ବାଙ୍କୋଇ, ଆରିକିମା,ଧଳାପଥର ଓ ପାଟପୁର ସାସନ ପ୍ରଭୃତି ଗ୍ରାମପଞ୍ଚାୟତ ଗୁଡିକ ରେ ବ୍ୟବହାର କରୁଥିବା ଜଳରେ ଫ୍ଲୋରାଇଡ ରହିଛି ବୋଲି ସେମାନେ ପରୀକ୍ଷା କରିଥିଲେ।ରାଜ୍ୟ ସରକାର ଟ୍ୟାଙ୍କର ସାହାଯ୍ୟରେ ଓ ପମ୍ପ୍ ହାଉସ୍ ମାଧ୍ୟମରେ ମଧୁର ଜଳ କିଛି ଦିନ ଯୋଗାଉଥିଲେ କିନ୍ତୁ ଦୀର୍ଘ କୋଡିଏ ବର୍ଷ ହେବ ପମ୍ପହାଉସ୍ ଗୃହ ଗୁଡିକ ଭାଙ୍ଗି ରୁଜିଗଲାଣି ତାହାଏବେ କାର୍ଯ୍ୟକ୍ଷମ ହେଉନାହିଁ କି ଟ୍ୟାଙ୍କରରେ ପାଣିଯୋଗାଇ ଦିଆଯାଉନାହିଁ। ବର୍ତ୍ତମାନ ଉପରୋକ୍ତ ଅଞ୍ଚଳରେ ମଧୁର ଜଳଯୋଗାଣ ଆବଶ୍ୟକ ଅଛି ବୋଲି ସାଧାରଣରେ ଦାବି ହୋଇଛି।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment