ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ।

ଯାଜପୁର,୧୫/୦୯(ପିପିଟି):ଜାତୀୟ ରାଜପଥ-୫୩ର ଡୁବୁରୀ ଠାରୁ କାମାକ୍ଷାନଗର ସେକ୍ସନ ରାସ୍ତା ୨୦୨୩ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ଉଦ୍ଘାଟିତ ହୋଇ ଦୁଇ ବର୍ଷ ଅତିବାହିତ ହୋଇଯାଇଥିବା ବେଳେ ସୁକିନ୍ଦାଗଡ ଛକ ନିକଟରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଦୈନନ୍ଦିନ ଏହି ରାସ୍ତାରେ ସୁକିନ୍ଦା କ୍ରୋମ ଭ୍ୟାଲି ଏବଂ ତାଳଚେର କୋଇଲା ଖଣି ଅଞ୍ଚଳରୁ ଆସୁଥିବା ହଜାର ହଜାର ଭାରୀଯାନ ଏବଂ ଟ୍ରକ ଯାତାୟତ କରୁଥିବା ବେଳେ ଏଥିପାଇଁ ସାଧାରଣ ଜନତା ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି ଏବଂ ସୁକିନ୍ଦାଗଡ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଫ୍ଲାଏ ଓଭର ବ୍ରିଜ ହେବାକୁ ଥିବା ରାସ୍ତା ନିକଟରେ ବର୍ଷା ଋତୁ ସମୟରେ ଶହ ଶହ ଗର୍ତ୍ତ ସୃଷ୍ଟି ହେବା କାରଣରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ୫୩ ନଂ ଜାତୀୟ ରାଜପଥ ସୁକିନ୍ଦାଗଡ ଛକର ଉଭୟପାଶ୍ୱର୍ରେ ବ୍ଲକ ଅଫିସ, ଜେଏମଏଫସି କୋର୍ଟ, ତହସିଲ, ସବରେଜଷ୍ଟ୍ରାର ଅଫିସ, ସବଟ୍ରେଜେରୀ ଅଫିସ,ସୁକିନ୍ଦା ସି.ଏଚ.ସି, ହାଇସ୍କୁଲ,କଲେଜ,ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ପୋଲିସ ଷ୍ଟେସନ ଇତ୍ୟାଦିକୁ ଯିବାଆସିବା କରିବାପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ଏହି ଛକ ଉପରେ ନିର୍ଭର କରୁଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ତେଣୁ ସୁକିନ୍ଦାଗଡ ଛକରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାପାଇଁ ଟେଣ୍ଡର ଡାକି ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡକରିଙ୍କୁ ପୂର୍ବତନ ମନ୍ତ୍ରୀ ଇଂ.ପ୍ରୀତିରଂଜନ ଘଡାଇ ପତ୍ରଲେଖି ଅନୁରୋଧ କରିଛନ୍ତି ।

Comments (0)
Add Comment