***ଫେରେଇ ଦେଏ***

(କବି କେଶବ ଚନ୍ଦ୍ର ନାୟକ)
………………………………
ଫେରେଇ ଦେଏ….(୨)
ମୋର ନିଦ ଟିକକ….
ଯାହା ତୁ ମୋ ନେଇଥିଲୁ
ଲୁଚି ଲୁଚି ମନ ଟିକକ….!!
ତୋ ପାଇଁ ମୋ ସବୁ ଦିନ
ସମୟ ଗଲା ତୋ କଥା ଭାଳି….
ପାଇଲି ନି ତୋ ପାଖରୁ
ମମତା ଟିକେ ଆଜି କି କାଲି….
ଫେରେଇ ଦେଏ….(୨)
ମୋର ପ୍ରେମ ଟିକକ….
ଯାହା ତୁ ମୋ ନେଇ ଥିଲୁ
ବିରହର ଲୁହ ଟିକକ….!!
ତୋ ପାଇଁ ମୁଁ ଦେଖି ଥିଲି
ଅସୁମାରୀ ସ୍ବପ୍ନ ଅନେକ….
ଭାଙ୍ଗି ଦେଲୁ ସବୁ ସ୍ବପ୍ନ
ଲୁଟି ନେଲୁ ଯେତେକ ମହକ….
ଫେରେଇ ଦେଏ…(୨)
ମୋର ସ୍ନେହ ଟିକକ….
ଯାହା ତୁ ମୋ ନେଇ ଥିଲୁ
ମିଠା ମିଠା ହସ ଟିକକ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment