ଫେରାର୍ ଅଭିଯୁକ୍ତର ଅସ୍ଥାବର ସମ୍ପତ୍ତି ଜବତ ।

ବେଲଗୁଣ୍ଠା,୨୦/୦୪(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁର ଗ୍ରାମରେ ଜଣେ ଫେରାର୍ ଅଭିଯୁକ୍ତଙ୍କ ଅସ୍ଥାବର ସମ୍ପତ୍ତିକୁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସର୍ବ ସମ୍ମୁଖରେ ଜବତ କରିଛି ଗାଙ୍ଗପୁର ପୋଲିସ୍ । ସୂଚନା ପ୍ରକାରେ ଇନ୍ଦନପୁର ଗ୍ରାମର ପ୍ରତାପ କୁମାର ସ୍ୱାଇଁ କୌଣସି ମାମଲାରେ ସ୍ଵାତନ୍ତ୍ର ଜଜ୍ ପୋକ୍ସୋ ବ୍ରହ୍ମପୁର ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏନେଇ ପ୍ରତାପଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟ୍ ଗିରଫ ପରୱାନା ଜାରି କରିଥିଲେ । କିନ୍ତୁ ଅଭିଯୁକ୍ତ ପ୍ରତାପ ଆଜି ସୁଦ୍ଧା ପୋଲିସ୍ ହାତରେ ଧରା ନଦେଇ ଫେରାର ଅଛନ୍ତି । ଏନେଇ ଆଜି କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗାଙ୍ଗପୁର ପୋଲିସ୍ ଇନ୍ଦନପୁର ଗ୍ରାମରେ ମାନ୍ୟବର ଅଦାଲତଙ୍କ ଘୋଷଣାନାମା ପାଠ କରିବା ସହିତ ପ୍ରତାପଙ୍କ ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି । ଜବତ ସମୟରେ ଘଟଣା ସ୍ଥଳରେ ଇକ୍ଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା,ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ୱମିତ୍ରା ହରପାଲ୍,ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ଵାଇଁ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ସମେତ ପୋଲିସ୍ ବାହିନୀ ଏବଂ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆସନ୍ତା ଦଶ ତାରିଖରେ ପ୍ରତାପ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment