ଫେବୃଆରୀ ୧୨ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରନ୍ତୁ ।

ନୂଆଦିଲ୍ଲୀ,୦୫/୦୨(ପିପିଟି):ଫେବ୍ରୁଆରି ୨୦୨୬ରେ ହେବାକୁ ଥିବା ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ (ଟିୟୁସିଆଇ) କେନ୍ଦ୍ରୀୟ କମିଟି ପକ୍ଷରୁ ଦେଶର ଶ୍ରମିକ ଶ୍ରେଣୀ ଏବଂ ସମସ୍ତ ଟ୍ରେଡ୍ ୟୁନିଅନକୁ ନିବେଦନ କରୁଛି।
ଏହି ଧର୍ମଘଟରେ ସମସ୍ତ ରାଜ୍ୟ କମିଟି, ଜିଲ୍ଲା କମିଟି ଏବଂ ଅନୁବନ୍ଧିତ ଟ୍ରେଡ୍ ୟୁନିଅନର ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ଟିୟୁସିଆଇ କେନ୍ଦ୍ରୀୟ କମିଟି ଆହ୍ବାନ କରିଛି।

ଆମେରିକା ସହ ଆରଏସଏସ-ମୋଦି ସରକାରଙ୍କ ସ୍ୱାକ୍ଷରିତ ଅର୍ଥନୈତିକ ଚୁକ୍ତି ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ ଦୁର୍ନୀତି /ଘୋଟାଲା ର ରେକର୍ଡ ଭାଙ୍ଗି ଦେଇଛି। ମୋଦି ସରକାର ଭାରତର ଅର୍ଥନୈତିକ ଆତ୍ମନିର୍ଭରଶୀଳତାକୁ ଆମେରିକା ସାମ୍ରାଜ୍ୟବାଦୀ ଶକ୍ତି ହାତରେ ସମର୍ପଣ କରିଛନ୍ତି। ଭାରତୀୟ ଉତ୍ପାଦ ଉପରେ ଟିକସ ବୃଦ୍ଧି କରିବାର କ୍ଷମତା ଆମେରିକାକୁ ଦିଆଯାଇଛି ଏବଂ ଆମେରିକୀୟ ଉତ୍ପାଦ ପାଇଁ ଭାରତକୁ ଶୁଳ୍କମୁକ୍ତ ପ୍ରବେଶ ପ୍ରଦାନ କରାଯାଇଛି। ଫଳସ୍ୱରୂପ, ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଉତ୍ପାଦର ମୂଲ୍ୟ ହ୍ରାସ ପାଇଛି।

ଅପରପକ୍ଷେ,ଭାରତରେ ଆମେରିକୀୟ ସାମ୍ରାଜ୍ୟବାଦୀ ଉତ୍ପାଦ ପାଇଁ ଏକ ବ୍ୟାପକ ବଜାର ଏବଂ ଉଚ୍ଚ ଲାଭ ସୁନିଶ୍ଚିତ କରାଯାଇଛି ଏହା ଏକ ବିପଜ୍ଜନକ ଘଟଣା ଯାହା ଦେଶର ସମଗ୍ର ଅର୍ଥନୀତିକୁ ଦୋହଲାଇ ଦେବ। ଏହି ବିଶ୍ୱାସଘାତକତା ଯୋଗୁଁ ଆର୍ଥିକ ବୋଝର ଭାର ଶ୍ରମିକ ଶ୍ରେଣୀ ଏବଂ କୃଷକ ବହନ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ଶ୍ରମିକମାନଙ୍କର ପରିଶ୍ରମ ହେଉଛି ମୂଲ୍ୟହୀନ,କୃଷକଙ୍କ ଉତ୍ପାଦର ମୂଲ୍ୟ ଏବଂ ବଜାର ଉଭୟ ନଷ୍ଟ ହୋଇଯାଉଛି । ଏହା ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବା ସହ ଶ୍ରମିକ ଶ୍ରେଣୀ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଅଛି ଦେଶର ଅଧିକାଂଶ ଅଞ୍ଚଳରେ ଶ୍ରମିକମାନେ ସର୍ବନିମ୍ନ ମଜୁରୀ, ଚାକିରି ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ପାଇଁ ଜୀବନ-ମୃତ୍ୟୁ ସଂଗ୍ରାମ କରୁଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଚାରୋଟି ନୂତନ ଶ୍ରମ ଆଇନ ମାଧ୍ୟମରେ ଶ୍ରମିକ ଶ୍ରେଣୀ ଉପରେ ଏକ ବଡ଼ ଆକ୍ରମଣ କରୁଛନ୍ତି । ସେହିଭଳି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନାକୁ ଉଚ୍ଛେଦ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି ।

ଏହି କୃଷକ-ଶ୍ରମିକ ବିରୋଧୀ ନୀତି ବିରୋଧରେ ଫେବ୍ରୁଆରି ୧୨ ତାରିଖରେ ସାରା ଦେଶରେ ହେଉଥିବା ଧର୍ମଘଟକୁ ସଫଳ କରିବା ସହ ବିଜେପି ସରକାରଙ୍କ ନୀତି ବିରୁଦ୍ଧରେ ବୃହତ ଜନ ଆନ୍ଦୋଳନରେ ପରିଣତ କରିବା ଏବଂ ବିଜୟ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ହେଉଛି ସମୟର ଆହ୍ବାନ । ଶ୍ରମିକ କର୍ମଚାରୀ ବିରୋଧୀ ଆର୍ ଏସ ଏସ ଫାସିବାଦ ଶକ୍ତି ବିରୁଦ୍ଧରେ ସଡ଼କକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରନ୍ତୁ, ଭାରତୀୟଙ୍କ ପ୍ରତି ବିଶ୍ୱାସଘାତକତା କରି ମୋଦି ସରକାର କରିଥିବା ଭାରତ ଓ ଆମେରିକା ବିବାଦୀୟ ବାଣିଜ୍ୟ ଚୁକ୍ତିନାମାରୁ ତୁରନ୍ତ ଓହରି ଆସିବାକୁ କେନ୍ଦ୍ର ସରକାର ଉପରେ ଚାପ ପ୍ରଦାନ କର, ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ରଦ୍ଦ କରିବା, ମନରେଗା ଆଇନକୁ ପୁନଃ ସ୍ଥାପିତ କରିବା ଆଦି ଦାବିନେଇ ଏହି ଧର୍ମଘଟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଏବଂ ସରକାରଙ୍କ ଜନବିରୋଧୀ ନୀତିକୁ ଦୃଢ଼ ପ୍ରତିରୋଧ କରିବା ପାଇଁ ଦେଶର ସମସ୍ତ ଶ୍ରମିକ, କୃଷକ, ପ୍ରଗତିଶୀଳ ସଂଗଠନ ଏବଂ ଗଣତାନ୍ତ୍ରିକ ଶକ୍ତିକୁ ଟିୟୁସିଆଇ କେନ୍ଦ୍ରୀୟ କମିଟି ନିବେଦନ କରିଛି।

Comments (0)
Add Comment