ଫୁଲବାଣୀ ଶିକ୍ଷା ବିଭାଗ ସହଯୋଗରେ ଚାଲିଛି ବିଭାଗୀୟ ଜମି ହଡପ ।

ଫୁଲବାଣୀ,୨୬/୦୯(ପିପିଟି); ଫୁଲବାଣୀ ଶିକ୍ଷା ବିଭାଗର ବିଭାଗୀୟ ଜମି ଓ କ୍ୱାଟର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭାଗୀୟ କର୍ମଚାରୀ ହଡପ କରିଥିବା ଅଭିଯୋଗ ହେଉଛି । ଫୁଲବାଣୀ ଡି.ଆର.ଡି.ଏ କଲୋନୀ ପାଖ ଶିକ୍ଷା ବିଭାଗର କିଛି କ୍ୱାଟର ଥିବା ବେଳେ ଉକ୍ତ କ୍ୱାଟରକୁ ଲାଗିଥିବା ବିଭାଗୀୟ ଜମିକୁ କ୍ୱାଟରରେ ରହୁଥିବା ଜଣେ ଶିକ୍ଷକ ଜବରଦଖଲ କରି ଘର କରିବା ଓ ଉକ୍ତ ଘରକୁ ବିଭାଗର ଅନ୍ୟ ଜଣେ ଶିକ୍ଷକଙ୍କୁ ମୋଟା ଅଙ୍କରେ ବିକ୍ରି କରିବା ନେଇ ଗଣମାଧ୍ୟମରେ ପ୍ରସାର ହେବା ପରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉକ୍ତ ଜବରଦଖଲ କାରୀ ଶିକ୍ଷକଙ୍କୁ ହଟାଇ ଘର ଓ ଜମିକୁ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ । ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ନୀରବତା ଯୋଗୁଁ କିଛି ବର୍ଷର ନୀରବତା ପରେ ଉକ୍ତ ଶିକ୍ଷକ ସେହି ଘରକୁ ପୁଣି ଦଖଲ କରି ରହୁଛନ୍ତି । ଏହିଭଳି ପୂର୍ବରୁ ଶିକ୍ଷା ବିଭାଗର ଏକ କ୍ୱାଟରକୁ ବିଭାଗର ଜଣେ କିରାଣୀ ଅବସର ନେବା ପରେ ମଧ୍ୟ ଦଖଲ କରି ସେଠାରେ ଘର ନିର୍ମାଣ କରି ରହୁଛନ୍ତି । ପୁଣି ଫୁଲବାଣୀର ପୁରାତନ ଏ.ଯେ.ଓ ହାଇ ସ୍କୁଲର ପାଖକୁ ଲାଗିଥିବା ବିଭାଗୀୟ ଜମିକୁ କିଛି ଲୋକ ଜବରଦଖଲ କରି ଏକ ବସ୍ତି ଗଢି ଉଠିଛି । ଏହାପରେ ମଧ୍ୟ ବିଭାଗୀୟ ନୀରବତା ବିଭାଗୀୟ ଅଧିକାରୀ ମାନଙ୍କ ଲାଭଖୋର ମନବୃତି ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି । ସ୍କୁଲର ପୂର୍ବତନ ଛାତ୍ର ସଂଘ ପକ୍ଷରୁ ଏନେଇ ବାରମ୍ବାର ଅଭିଯୋଗ କରାଯାଇଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment