ଫୁଲବାଣୀ ମୁଖ ଚିକିତ୍ସାଳୟରେ ଅବ୍ଯବସ୍ଥା, ଭଗବାନ ଭରସାରେ ରୋଗୀ ।

ଫୁଲବାଣୀ,୦୨/୧୦(ପିପିଟି); ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାର ପ୍ରତ୍ୟେକ ବ୍ଳକର ଦୁର୍ଗମ ସ୍ତାନରୁ ରୋଗୀ ଚିକିତ୍ସା ପାଇବା ପାଇଁ ଆସୁଥିବା ବେଳେ ଡାକ୍ତର ଅଭାବରୁ ଚିକିତ୍ସା ନ ପାଇ ବ୍ରହ୍ମପୁର କଟକ ରେଫର ହୋଇ ହଇରାଣ ହେଉଛନ୍ତି । ଯାଇ ନ ପାରିଲେ ମୃତ୍ୟୁ ମୁଖରେ ପଡୁଛନ୍ତି ।ମୂଖ୍ୟ ଚିକିତ୍ସାଳୟରେ ୬୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୨୫ ପୁଣି କିଛି ଛୁଟିରେ ଥିବା ବେଳେ କେହି ନିସାଶକ୍ତ ହୋଇ ଚିକିତ୍ସା କରିପାରନ୍ତି ନାହିଁ । ଡାକ୍ତର ଅଭାବରୁ କିଛି ଡାକ୍ତର ୨୪ ଘଣ୍ଟା ଡ୍ଯୁଟି କରୁଥିବା ଦେଖିବାକୁ ମିଳୁଛି ।ଚିକିତ୍ସାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଛି କିନ୍ତୁମ ବିଶେଷଜ୍ଞ ନଥିବାରୁ ଚିକିତ୍ସା ହୋଇ ପାରୁନି ।ମେଡ଼ିସିନ, ସର୍ଜରୀ, ଅର୍ଥପେଡିକ, ମେଣ୍ଟାଲ, ଭଳି ବିଭାଗ ବିଶେଷଜ୍ଞ ନଥିବାରୁ ରୋଗୀ ବୋହୁତ ଅସୁବିଧାରେ ପ଼ଡୁଛନ୍ତି । ୫୪ ବିଶେଷଜ୍ଞ ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୪ ରୁ ୫ ଜଣ ।ନିସ୍ତେଜକ ଡ଼ାକ୍ତର ନଥିବାରୁ ଅପରେସନ ହୋଇପାରୁ ନାହିଁ । କେବଳ କୋଠା ନିର୍ମାଣ ଯନ୍ତ୍ରପାତି କିଣି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଡ଼ାକ୍ତର ଅଭାବରୁ ରୋଗୀ ଚିକିତ୍ସା ରୁ ବଞ୍ଚିତ ହେଉଛନ୍ତି ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ କୈଣସି ସମାଧାନ ନ ହେବା ନେଇ ଜିଲ୍ଲାର ରୋଗୀଙ୍କୁ କେବଳ ଭଗବାନ ଭରଷା ବୋଲି ମତ ପ୍ରକାଶ ପାଇଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment