ଫୁଲବାଣୀ ଆଇ.ଟି.ଡି.ଏ ର ମିନି ଶୀତଳ ଭଣ୍ଡାର ଅବ୍ଯବସ୍ଥା ଭିତରେ ।

ଫୁଲବାଣୀ,୨୭/୦୯(ପିପିଟି); କନ୍ଧମାଳ ଏକ ପଛୁଆ ଜିଲ୍ଲା ଏହି ଜିଲ୍ଲାରେ ଆଦିବାସୀଙ୍କ କୃଷିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆଇ.ଟି.ଡି.ଏ ଏଜେନ୍ସି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି କିନ୍ତୁ ଏହାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିବାସୀ ନେତା ପଦ୍ମନାଭ ପ୍ରଧାନ । ଫୁଲବାଣୀ ଆଇ.ଟି.ଡି.ଏ ର ଫିରିଙ୍ଗିଆ ଓ ଖଜୁରିପଡା ୨ଟି ବ୍ଲକରେ କୃଷି ଉତ୍ପାଦିତ ପନି-ପରିବାକୁ ମିନି ଶୀତଳ ଭଣ୍ଡାରରେ ସଂଗ୍ରହ କରି ସୋସାଇଟି ମାଧ୍ୟମରେ ବିକ୍ରି କରାଇ କୃଷକଙ୍କୁ ଲାଭବାନ କରାଇବା ନେଇ ୨ଟି ମିନି ଶୀତଳ ଭଣ୍ଡାର ୨୦୧୬ ମସିହାରେ କରାଯାଇଥିଲା । କୋଠା ବାଡ଼ି, ଯନ୍ତ୍ରପାତି ଲଗାଯାଇ କାମ ସମ୍ପୂର୍ଣ୍ଣ କରି ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାକୁ ଚାଲୁ ନ କରି ପକାଇ ରଖିବା ଦ୍ୱାରା କିଏ ଉପକୃତ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପ୍ରଧାନ ଯନ୍ତ୍ରପାତି ନଷ୍ଟ ହେବା ସହିତ କୋଠା ବାଡ଼ିବି ନଷ୍ଟ ହେବାକୁ ବସିଲାଣି । କେବଳ ଲାଭବାନ ହେଲେ ଠିକାଦାର , ଯନ୍ତ୍ରୀ , ଅଧିକାରୀ । କେବଳ ନା ନିଆଗଲା କୃଷକ ଓ ଆଦିବାସୀଙ୍କର । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ୪ ବର୍ଷ ହେବ କାମ ସରିଥିଲେ ମଧ୍ୟ କୃଷି ବିଭାଗ କୋପରେଟିଭ ବିଭାଗ ଓ ଆଇ.ଟି.ଡି.ଏ ର ସମନ୍ୱୟ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରିନଥିବା ସ୍ୱୀକାର କରିଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment