ଫାୟାର ସେଫଟି ସିଲିଣ୍ଡର ଲାଗି ଯାତ୍ରୀ ସୁରକ୍ଷିତ ।

ଭଞ୍ଜନଗର, ୦୮/୦୨(ପିପିଟି):ଭଞ୍ଜନଗର ବସଷ୍ଟାଣ୍ଡ ଠାରେ ଘରୋଇ ଯାତ୍ରୀବାହୀ ବସ ବରାଳ ଦେବୀରେ ଲାଗିଲା ନିଆଁ। କୌଣସି ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି। ହେଲେ ଏଥିରେ କୌଣସି ଯାତ୍ରୀ ମାନଙ୍କ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ବସଟି ଫୁଲବାଣୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଭଞ୍ଜନଗର ବସ ଷ୍ଟାଣ୍ଡରେ ଅଟକିଥିବା ବେଳେ ବ୍ୟାଟେରି ସଟ ହେଇକି ଧୂଆଁ ବାହାରିଥିବା ଅନୁମାନ କରାଯାଉଛି। ଏହାଦେଖି ସମସ୍ତ ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ବସରୁ ଓଲ୍ହାଇ ପଡ଼ିଥିଲେ। ତା ପରେ ବସରେ ଲାଗିଥିବା ଫାୟାର ସେଫଟି ସିଲିଣ୍ଡରକୁ ବ୍ୟବହାର କରିକି ଲାଗିଥିବା ନିଆଁ ଓ ଧୂଆଁ କୁ ଆୟତ୍ତ କରିଥିଲେ ବସ କର୍ମଚାରୀ।ଯାହା ଫଳରେ ବହୁ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତୀ ଯଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment