ବୋଲଗଡ଼,୦୫/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସୀଓଦା ପଞ୍ଚାୟତ ଡ୍ରାଇଭର ମହାସଂଘ ତରଫରୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ଉଦେଶ୍ୟରେ ଆଜି ସ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି l କିଛି ଦିନ ତଳେ କେନ୍ଦ୍ରସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦେଶ ନାମା ଯଥା -କୋୖଣସି ଡ୍ରାଇଭର ଙ୍କ ଗାଡି ଦୃର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ ଉକ୍ତ ଡ୍ରାଇଭର ଙ୍କୁ ୭ଲକ୍ଷ୍ୟ ଟଙ୍କା ଜୋରିମନା ସହିତ୧୦ବର୍ଷ ଜେଲଦଣ୍ଡ ଭୋଗିବାକୁ ହେବ କେନ୍ଦ୍ର ସରକାର ଙ୍କ ଏଭଳି ନିର୍ଦେଶକୁ ପ୍ରତ୍ୟାହାର କରିବା ଦାବିରେ ଆଜି ବୋଲଗଡ ବ୍ଲକ ଫାସୀଓଦା ଡ୍ରାଇଭର ମହାସଂଘ ର ସଭାପତି ଚିରଞ୍ଜିବି ବିଶ୍ୱାଳ ଓ ସମ୍ପାଦକ ଅଭିମନ୍ୟୁ ସ୍ୱାଇଁ ଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ମାନେ ଏବଂ ବୋଲଗଡ ବ୍ଲକ ଡ୍ରାଇଭର ମହାସଂଘ ର ସଭାପତି ସୁକାନ୍ତ କୁମାର ବେହେରା ପ୍ରଭୁତି ଆଜି ୫୭ନମ୍ବର ଜାତୀୟ ରାଜପଥ କଡରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ l ପୂର୍ବରୁ ଡ୍ରାଇଭର ମହାସଂଘ ର ଦଶଗୋଟି ଦାବି ଯଥା – ଡ୍ରାଇଭର ମାନଙ୍କର ଇନ୍ସୁରାନ୍ସ, ଗାଡି ପାର୍କିଂ ସ୍ଥଳୀ, ଜାତୀୟ ରାଜପଥ କଡରେ ସୁଲଭ ଶୌଚାଳୟ ଇତ୍ୟାଦି ଅନେକ ଦାବିଗୁଡିକ ପୂରଣ ହୋଇନଥିବା ବେଳେ ଆଜି କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଥିବା ଭଳି ନିର୍ଦେଶ କୁ ସାରା ଦେଶରେ ଥିବା ଡ୍ରାଇଭର ମାନେ ନିନ୍ଦା କରିଛନ୍ତି l ଯଦି ଏହି ନିର୍ଦେଶକ କୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କରନ୍ତି ଓ ରାଜ୍ୟ ସରକାର ପୂର୍ବ ଦାବିଗୁଡିକ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଏମିତି ସ୍ଟେରିଙ୍ଗ ଛାଡ ଆନ୍ଦୋଳନ ଜାରି ରହିବା ସହିତ ଅନିଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଡ୍ରାଇଭର ମହାସଂଘ ତରଫରୁ ଚେତାବନୀ ଦେଇଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)